OLX ଠକେଇ ଘଟଣାରେ ଜଣେ ଗିରଫ
OLX ଠକେଇ ଘଟଣାରେ ଜଣେ ଗିରଫ । ଭୁବନେଶ୍ୱରରୁ ଅଭିଯୁକ୍ତ ଆଶିଷ କୁମାର ଜେନାଙ୍କୁ ବାନ୍ଧିଲା ସାଇବର ପୋଲିସ I ରାଜଧାନୀରୁ ବିଭିନ୍ନ ଲୋକଙ୍କଠୁ ୨ ଲକ୍ଷ ଟଙ୍କା ଠକିଥିଲା । ଆଶିଷ ବିରୋଧରେ ଠକେଇ ନେଇ ସାଇବର ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା । ତା ନିକଟରୁ ମୋବାଇଲ, ବ୍ୟାଙ୍କ ଆକାଉଣ୍ଟ ଓ ସିମ୍ ଜବତ ହୋଇଛି। ଅନ୍ୟ କାହାରି ସମ୍ପୃକ୍ତି ନେଇ ତଦନ୍ତ କରୁଛି ପୋଲିସ ।

ଭୁବନେଶ୍ୱର(କେନ୍ୟୁଜ ) : OLX ଠକେଇ ଘଟଣାରେ ଜଣେ ଗିରଫ । ଭୁବନେଶ୍ୱରରୁ ଅଭିଯୁକ୍ତ ଆଶିଷ କୁମାର ଜେନାଙ୍କୁ ବାନ୍ଧିଲା ସାଇବର ପୋଲିସ I ରାଜଧାନୀରୁ ବିଭିନ୍ନ ଲୋକଙ୍କଠୁ ୨ ଲକ୍ଷ ଟଙ୍କା ଠକିଥିଲା । ଆଶିଷ ବିରୋଧରେ ଠକେଇ ନେଇ ସାଇବର ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା । ତା ନିକଟରୁ ମୋବାଇଲ, ବ୍ୟାଙ୍କ ଆକାଉଣ୍ଟ ଓ ସିମ୍ ଜବତ ହୋଇଛି। ଅନ୍ୟ କାହାରି ସମ୍ପୃକ୍ତି ନେଇ ତଦନ୍ତ କରୁଛି ପୋଲିସ ।
ସେପଟେ ଆଶିଷ ଜଣେ ଜିଲ୍ଲାସ୍ତରୀୟ କ୍ରିକେଟ ଖେଳାଳି ବୋଲି ଜଣାପଡ଼ିଛି। ଯାଜପୁର ଜିଲ୍ଲାରେ କ୍ରିକେଟ ଖେଳୁଥିଲେ। କିନ୍ତୁ ପରେ ଭୁବନେଶ୍ୱର ଜାଗମରାରେ ରହି ଅନଲାଇନ ଠକେଇ ଅପରେସନ ଚଳାଇଥିଲା। ଅତି ଚତୁରତାର ସହ ଲୁଟି ନେଉଥିଲା ଟଙ୍କା। ଘରେ ଚଢ଼ାଉ ବେଳେ ତୃତୀୟ ମହଲାରୁ ଡେଇଁ ଫେରାର ହେଉଥିବା ବେଳେ ମାଡ଼ି ବସିଲା ପୋଲିସ। ଅଭିଯୁକ୍ତ ଆଶିଷ କୁମାର ଜେନା OLX ରେ ବିଜ୍ଞାପନ ଦେଉଥିବା ମୋବାଇଲ ଦୋକାନୀଙ୍କୁ ଫୋନ୍ କିଣିବା ପାଇଁ ଯୋଗାଯୋଗ କରିଥିଲା।
ସେହି ସମାନ ଫଟୋକୁ ଡାଉନଲୋଡ଼ କରି, ନିଜେ ଏହାକୁ ବିକିବା ପାଇଁ ବିଜ୍ଞାପନ ଦେଇଥାଏ। ଆଉ ମୋବାଇଲ କିଣିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ଦୋକାନୀଙ୍କ ପାଖକୁ ପଠାଇ ମୋବାଇଲ ଦେଖେଇବାକୁ କହିଦିଏ ଏହି ଠକ I ଦୋକାନୀଙ୍କୁ ନିଜର ସମ୍ପର୍କୀୟ ବୋଲି କହେ। ଆଉ ମୋବାଇଲ ଦେଖି ସାରିବା ପରେ ଗ୍ରାହକଙ୍କୁ ଅନଲାଇନରେ ଟଙ୍କା ପଠାଇବାକୁ କହେ I ଟଙ୍କା ପାଇ ସାରିବା ପରେ ଫୋନ୍ ବନ୍ଦ କରି ଫେରାର ହୋଇଯାଏ ଏହି ଠକ। ଆଶିଷ ନାଁରେ ପୂର୍ବରୁ ମାମଲା ଥିବା ଜଣାପଡିଛି।.