Below header

ରାଉରକେଲାରେ ଆଇପିଏଲ ବେଟିଂର ପର୍ଦ୍ଦାଫାସ, ୬ ଅଭିଯୁକ୍ତ ଗିରଫ

ରାଉରକେଲାରେ ଆଇପିଏଲ ବେଟିଂର ପର୍ଦ୍ଦାଫାସ । ଅନ୍‌ଲାଇନ୍‌ ବେଟିଂ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ରଘୁନାଥପାଲି ପୋଲିସ । ସେମାନଙ୍କ ନିକଟରୁ ୨୦ଟି ମୋବାଇଲ ଫୋନ, ୩ଟି ଲାପଟପ୍‌, ୪ଟି ଏଟିଏମ୍‌ କାର୍ଡ ସହ ଅନ୍ୟ ବୈଦ୍ୟୁତିକ ସରଞ୍ଜାମ ଜବତ ହୋଇଛି ।

ରାଉରକେଲା(କେନ୍ୟୁଜ ) : ରାଉରକେଲାରେ ଆଇପିଏଲ ବେଟିଂର ପର୍ଦ୍ଦାଫାସ । ଅନ୍‌ଲାଇନ୍‌ ବେଟିଂ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ରଘୁନାଥପାଲି ପୋଲିସ । ସେମାନଙ୍କ ନିକଟରୁ ୨୦ଟି ମୋବାଇଲ ଫୋନ, ୩ଟି ଲାପଟପ୍‌, ୪ଟି ଏଟିଏମ୍‌ କାର୍ଡ ସହ ଅନ୍ୟ ବୈଦ୍ୟୁତିକ ସରଞ୍ଜାମ ଜବତ ହୋଇଛି ।

ସେହିପରି ୮ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ଅଢେଇ ଲକ୍ଷ ଟଙ୍କାକୁ ସିଜ୍‌ କରିବା ସହ ଆକାଉଣ୍ଟକୁ ଅଚଳ କରି ତଦନ୍ତ ଚଳାଇଛି ପୋଲିସ । ଅଭିଯୁକ୍ତମାନେ ସିଭିଲ ଟାଉନସିପର ଏକ ଭଡ଼ା ଘରେ ଏହି ସଟ୍ଟା କାରବାର ଚଳାଇଥିଲେ ।

କୌଣସି ସୁତ୍ରରୁ ଖବରପାଇଁ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୋଲିସକୁ ଠେଲାପେଲା କରି ଅଭିଯୁକ୍ତ ମାନେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲା । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତିକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ରଘୁନାଥପାଲି ଥାନା ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.