ଦୁବାଇଠାରେ ଆୟୋଜିତ ‘ଇନ୍ କନଭରସେସନ’ କାର୍ଯ୍ୟକ୍ରମରେ ଯୋଗ ଦେଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ
ଦୁବାଇସ୍ଥିତ କନ୍ସୁଲେଟ୍ ଜେନେରାଲ ଅଫ୍ ଇଣ୍ଡିଆ ପକ୍ଷରୁ ଦୁବାଇଠାରେ ଆୟୋଜିତ ‘ଇନ୍ କନଭରସେସନ’ କାର୍ଯ୍ୟକ୍ରମରେ ବକ୍ତୃତା ଦେବା ନିମନ୍ତେ ଶିକ୍ଷାବିତ୍ ସମାଜସେବୀ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଯୋଗ ଦେଇଛନ୍ତି ।

ଏଥିପାଇଁ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ରାଷ୍ଟ୍ରଦୂତ, ଦୁବାଇସ୍ଥିତ ବିଭିନ୍ନ ଭାରତୀୟ ବିଦ୍ୟାଳୟର ପ୍ରତିନିଧି ଓ ଦୁବାଇରେ ଅବସ୍ଥାନ କରୁଥିବା ଭାରତୀୟମାନେ ଯୋଗ ଦେଇଥିଲେ । ଏହି ଅବସରରେ ସେଠାରେ ବଲିଉଡ୍ ତାରକା ବିବେକ ଓବେରାୟଙ୍କ ସହ ଶ୍ରୀ ସାମନ୍ତଙ୍କ ଏକ ସ୍ୱତନ୍ତ୍ର ସାକ୍ଷାତକାରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର କିୟଦଂଶ କଳିଙ୍ଗ ଟିଭିରେ ଦେଖିପାରିବେ ।