Below header

ନିଶା ଖାଇ ଶୋଇପଡ଼ି ଗେଟ ପକାଇ ନଥିବାରୁ ରେଲୱେ ଗେଟକିପର ନିଲମ୍ବିତ

ନିଶା ଖାଇ ନିଘୋଡ଼ ନିଦରେ ଶୋଇପଡ଼ି ଗେଟ ପକାଇ ନଥିବା ରେଲୱେ ଗେଟକିପର ନିଲମ୍ବିତ । ମୟୂରଭଞ୍ଜ ଜିଲ୍ଲା ଯୁଗପୁରା ରେଲୱେ ଲେଭଲ କ୍ରସିଂ ଜଗୁଆଳି ରତ୍ନାକର ମହନ୍ତ ସସପେଣ୍ଡ । ଦକ୍ଷିଣ-ପୂର୍ବ ରେଳବାଇ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ।

ମୟୂରଭଞ୍ଜ(କେନ୍ୟୁଜ ) : ନିଶା ଖାଇ ନିଘୋଡ଼ ନିଦରେ ଶୋଇପଡ଼ି ଗେଟ ପକାଇ ନଥିବା ରେଲୱେ ଗେଟକିପର ନିଲମ୍ବିତ । ମୟୂରଭଞ୍ଜ ଜିଲ୍ଲା ଯୁଗପୁରା ରେଲୱେ ଲେଭଲ କ୍ରସିଂ ଜଗୁଆଳି ରତ୍ନାକର ମହନ୍ତ ସସପେଣ୍ଡ । ଦକ୍ଷିଣ-ପୂର୍ବ ରେଳବାଇ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ।

ଗତ ମଙ୍ଗଳବାର ଦିନ ସକାଳ ୯ଟାରେ ବାଙ୍ଗିରିପୋଷି-ରୁପ୍‌ସା ମେମୋ ଟ୍ରେନ ଯୁଗପୁରା ଷ୍ଟେସନରେ ପହଞ୍ଚିଥିଲା। ଯୁଗପୁରା ରେଲୱେ କ୍ରସିଂ ଠାରେ ଟ୍ରେନ ପହଞ୍ଚିବା ପରେ କୌଣସି ସିଗନାଲ ଦେଇନଥିଲେ ଗେଟ୍‌ କର୍ତ୍ତୃପକ୍ଷ।

କିଛି ସମୟ ପରେ ଟ୍ରେନର ପାଇଲଟ ଓହ୍ଲାଇ ଆସି ଗେଟ କିପର୍‌ ମଦ ନିଶାରେ ଚୁର ହୋଇ ଶୋଇଥିବା ଦେଖିବାକୁ ପାଇଥିଲେ। ପରେ ପାଇଲଟ ନିଜେ ସିଗନାଲ ଦେବା ସହ ଗେଟ ପକାଇଥିଲେ । ଏଭଳି ବିଚିତ୍ର ଘଟଣା ଦେଖି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.