Below header

Samsung ଫୋନ୍‌ ୟୁଜର୍ସଙ୍କୁ ଝଟକା ! ଏହି ଫୋନ୍ସକୁ ଆଉ ମିଳିବ ନାହିଁ କୌଣସି ବି ଅପଡେଟ୍‌, ଦେଖନ୍ତୁ ଆପଣଙ୍କ ଫୋନ୍‌ ନାହିଁ ତ ଏଥିରେ

ସାଉଥ୍‌ କୋରିଆର ଟେକ୍ କମ୍ପାନୀ Samsung ନିଜର କିଛି ପୁରୁଣା ସ୍ମାର୍ଟଫୋନ୍ ପାଇଁ ସଫ୍ଟୱେର୍ ସପୋର୍ଟ ବନ୍ଦ କରିଛି । ଅର୍ଥାତ ସେହି ଫୋନ୍ ଗୁଡିକୁ ଆଉ କୌଣସି ସଫ୍ଟୱେର୍ ଅପଡେଟ୍ ମିଳିବ ନାହିଁ ।

ସାଉଥ୍‌ କୋରିଆର ଟେକ୍ କମ୍ପାନୀ Samsung ନିଜର କିଛି ପୁରୁଣା ସ୍ମାର୍ଟଫୋନ୍ ପାଇଁ ସଫ୍ଟୱେର୍ ସପୋର୍ଟ ବନ୍ଦ କରିଛି । ଅର୍ଥାତ ସେହି ଫୋନ୍ ଗୁଡିକୁ ଆଉ କୌଣସି ସଫ୍ଟୱେର୍ ଅପଡେଟ୍ ମିଳିବ ନାହିଁ । ଆପଣ ଜାଣିଛନ୍ତି ସାମସଙ୍ଗ୍‌ ହେଉଛି ସବୁଠାରୁ ବିଶ୍ୱସ୍ତ ଟେକ୍ ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ ଏବଂ ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଶୀର୍ଷ ସ୍ଥାନ ହାସଲ କରି Xiaomiକୁ ପଛରେ ପକାଇ ଦେଇଛି । ଭାରତରେ ଲକ୍ଷ ଲକ୍ଷ ଉପଭୋକ୍ତା ସାମସଙ୍ଗ ଫୋନ୍ ବ୍ୟବହାର କରନ୍ତି, କିନ୍ତୁ କିଛି ବ୍ୟବହାରକାରୀଙ୍କ ପାଇଁ ଏବେ କମ୍ପାନୀ ପକ୍ଷରୁ ଭଲ ଖବର ଆସିନାହିଁ ।

ସାମସଙ୍ଗ ନିକଟରେ ନିଜର କିଛି ସ୍ମାର୍ଟଫୋନ୍ ପାଇଁ ଲାଟେଷ୍ଟ ଏପ୍ରିଲ୍ ୨୦୨୩ ସିକ୍ୟୁରିଟି ପ୍ୟାଚ୍ ଅପଡେଟ୍ ରୋଲଆଉଟ କରିଥିଲା । ଏହା ରିଲିଜ ପରେ କମ୍ପାନୀ ଅନେକ ଡିଭାଇସ୍ ପାଇଁ ସଫ୍ଟୱେର୍ ସପୋର୍ଟ ଶେଷ କରିବା ବିଷୟରେ ସୂଚନା ଦେଇଛି । ଯେଉଁ ସ୍ମାର୍ଟଫୋନଗୁଡ଼ିକ ପାଇଁ ସପୋର୍ଟ ଶେଷ ହୋଇଛି, ସେଥି ମଧ୍ୟରୁ ତିନୋଟି ହେଉଛି ପ୍ରିମିୟମ୍ ଡିଭାଇସ୍ ଏବଂ ଗୋଟିଏ ହେଉଛି ମିଡ଼ରେଞ୍ଜ୍ ସ୍ମାର୍ଟଫୋନ୍ । ଆପଣଙ୍କଚ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ୨୦୧୯ ରେ ଏହି ସମସ୍ତ ସ୍ମାର୍ଟଫୋନ ମଡେଲକୁ ବଜାରରେ ଲଞ୍ଚ କରିଥିଲା ।

ଜାଣନ୍ତୁ କେଉଁ ସ୍ମାର୍ଟଫୋନ୍ସକୁ କମ୍ପାନୀ ଆଉ ଅପଡେଟ କରିବନାହିଁ

ଟେକ କମ୍ପାନୀ ଯେଉଁ ସ୍ମାର୍ଟଫୋନ ପାଇଁ ସଫ୍ଟୱେର୍ ସପୋର୍ଟ ଶେଷ କରିଛି, ସେହି ଲିଷ୍ଟରେ Samsung Galaxy S10, Samsung Galaxy S10 Plus ଓ Samsung Galaxy S10e ବ୍ୟତୀତ ମିଡ଼ରେଞ୍ଜ୍ ଡିଭାଇସ Samsung Galaxy A50 ମଧ୍ୟ ସାମିଲ ରହିଛି । ୨୦୧୯ ର ପ୍ରଥମ ତିିନିମାସରେ କମ୍ପାନୀ ଦ୍ୱାରା ଏହି ସମସ୍ତ ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଥିଲା ଏବଂ ଏହା ଆଣ୍ଡ୍ରଏଡ୍ ୯.୦ ପାଇ ସଂସ୍କରଣ ସହିତ ଆସିଥିଲା । ବର୍ତ୍ତମାନ ଏହି ଫୋନ୍ଗୁଡ଼ିକୁ କୌଣସି ସଫ୍ଟୱେର୍ କିମ୍ବା ସୁରକ୍ଷା ଅପଡେଟ୍ ଦିଆଯିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.