Below header

ବାପଘରେ ମାଆ ବୁଢୀ ଠାକୁରାଣୀ, ଅସ୍ଥାୟୀ ମଣ୍ଡପରେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାପଘରେ ମାଆ ବୁଢୀ ଠାକୁରାଣୀ। ଦେଶିବେହେରା ସାହିରେ ରୀତିନୀତି ଅନୁଯାୟୀ ପରମ୍ପରା ପାଳନ କରାଯାଉଛି। ଶଙ୍ଖ, ଚାଙ୍ଗୁ ଓ ଢୋଲ ବାଜାରେ ଉତ୍ସବମୁଖର ହୋଇଛି ବ୍ରହ୍ମପୁର ସହର। ମାଆ ବୁଢ଼ୀ ସାଆନ୍ତାଣୀଙ୍କ ପ୍ରସିଦ୍ଧ ଯାତ୍ରାର ଆଜି ହେଉଛି ତୃତୀୟ ଦିବସ।

ବ୍ରହ୍ମପୁର (କେନ୍ୟୁଜ ) : ବାପଘରେ ମାଆ ବୁଢୀ ଠାକୁରାଣୀ। ଦେଶିବେହେରା ସାହିରେ ରୀତିନୀତି ଅନୁଯାୟୀ ପରମ୍ପରା ପାଳନ କରାଯାଉଛି। ଶଙ୍ଖ, ଚାଙ୍ଗୁ ଓ ଢୋଲ ବାଜାରେ ଉତ୍ସବମୁଖର ହୋଇଛି ବ୍ରହ୍ମପୁର ସହର। ମାଆ ବୁଢ଼ୀ ସାଆନ୍ତାଣୀଙ୍କ ପ୍ରସିଦ୍ଧ ଯାତ୍ରାର ଆଜି ହେଉଛି ତୃତୀୟ ଦିବସ।

ଅସ୍ଥାୟୀ ମଣ୍ଡପରେ ମାଆଙ୍କ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି l ଦୀର୍ଘ ୧ ମାସ ଧରି ବାପ ଘରେ ରହି ପୂଜା ପାଇବେ ମାଆ । ଗତ ଯାତ୍ରା ସମୟରେ କୋଭିଡ୍‌ କଟକଣା ଯୋଗୁଁ ଭକ୍ତଙ୍କ ଅନୁପସ୍ଥିତିରେ ମାତ୍ର ୧୧ଦିନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଣୁ ଚଳିତ ବର୍ଷର ଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖାଦେଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.