ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଧୀନସ୍ଥ ଚିଲିକା ବାଲିପାଟପୁର ନିକଟ ବାବାଜୀ କୁଡ଼ିଆ ରିଙ୍ଗ ବନ୍ଧ ଠାରୁ ଜଣେ ଶିକାରୀକୁ ଗିରଫ କରିଛି ବନବିଭାଗ। କଇଁ ଫୁଲରେ ବିଷ ଦେଇ ପକ୍ଷୀ ଶିକାର କରୁଥିବା ବେଳେ ଗିରଫ କରିଛି ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ । ନିକଟରୁ ୪ଟି ମୃତ ଓ ୧ଟି ଛୁଆ ଜୀବିତ ବିଦେଶାଗତ ପକ୍ଷୀ ସହ ଏକ ସାଇକେଲ, ମୋବାଇଲ ଫୋନ, ମାରଣାସ୍ତ୍ର , ଫୁରାଡନ ବିଷ ଓ କଇଁ ଫୁଲ ଜବତ ହୋଇଛି । ଗିରଫ ଆସାମୀର ନାମ ସର୍ବେଶ୍ୱର ପ୍ରଧାନ ଓ ତାର ବୟସ ୩୦ ବର୍ଷ । ଶିକାରୀର ଘର ଟାଙ୍ଗୀ ଥାନା ଅଧିନସ୍ଥ କାଟିଲାକୋଟ କଲୋନୀରେ ବୋଲି ଜଣା ପଡିଛି।
ବନ୍ୟପ୍ରାଣୀ ବିଭାଗର ଟାଙ୍ଗୀ ରେଞ୍ଜର ଅଧିକାରୀ ଚୂଡାମଣି ମୁର୍ମୁଙ୍କ ନେତୃତ୍ୱରେ ଭୂଷଣ୍ଡପୁର ଫରେଷ୍ଟର ରାଧାକାନ୍ତ ହୋତାଙ୍କ ତତ୍ୱାବଧାନରେ ଦୁଇଜଣ ୱାଚର ରମେଶ ପରିଡା ଓ ନିରଞ୍ଜନ ପ୍ରଧାନଙ୍କ ସହାୟତାରେ ଚଢ଼ାଉ କରି ପକ୍ଷୀ ଶିକାରୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…
ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…
ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…
କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…
ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍ ଜନସନ୍ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…
ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…