ଖୋର୍ଦ୍ଧା: ପ୍ରଶାସନର କଡ଼ା କଟକଣା ସତ୍ତ୍ବେ ଚିଲିକାରେ ବେଧଡ଼କ ଚାଲିଛି ପକ୍ଷୀ ଶିକାର, ଆଜି ପୁଣି ଏକ ଶିକାରୀ ଗିରଫ

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଧୀନସ୍ଥ ଚିଲିକା ବାଲିପାଟପୁର ନିକଟ ବାବାଜୀ କୁଡ଼ିଆ ରିଙ୍ଗ ବନ୍ଧ ଠାରୁ ଜଣେ ଶିକାରୀକୁ ଗିରଫ କରିଛି ବନବିଭାଗ।  କଇଁ ଫୁଲରେ ବିଷ ଦେଇ ପକ୍ଷୀ ଶିକାର କରୁଥିବା ବେଳେ  ଗିରଫ କରିଛି ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ । ନିକଟରୁ ୪ଟି ମୃତ ଓ ୧ଟି ଛୁଆ ଜୀବିତ ବିଦେଶାଗତ ପକ୍ଷୀ ସହ ଏକ ସାଇକେଲ, ମୋବାଇଲ ଫୋନ, ମାରଣାସ୍ତ୍ର , ଫୁରାଡନ ବିଷ ଓ କଇଁ ଫୁଲ ଜବତ ହୋଇଛି । ଗିରଫ ଆସାମୀର ନାମ ସର୍ବେଶ୍ୱର ପ୍ରଧାନ ଓ ତାର ବୟସ ୩୦ ବର୍ଷ । ଶିକାରୀର ଘର ଟାଙ୍ଗୀ ଥାନା ଅଧିନସ୍ଥ କାଟିଲାକୋଟ କଲୋନୀରେ ବୋଲି ଜଣା ପଡିଛି।

bird

ବନ୍ୟପ୍ରାଣୀ ବିଭାଗର ଟାଙ୍ଗୀ ରେଞ୍ଜର ଅଧିକାରୀ ଚୂଡାମଣି ମୁର୍ମୁଙ୍କ ନେତୃତ୍ୱରେ ଭୂଷଣ୍ଡପୁର ଫରେଷ୍ଟର ରାଧାକାନ୍ତ ହୋତାଙ୍କ ତତ୍ୱାବଧାନରେ ଦୁଇଜଣ ୱାଚର ରମେଶ ପରିଡା ଓ ନିରଞ୍ଜନ ପ୍ରଧାନଙ୍କ ସହାୟତାରେ ଚଢ଼ାଉ କରି ପକ୍ଷୀ ଶିକାରୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.