Below header

ବିବାହ ସୁଖ ମିଳୁନଥିବାରୁ ରାଗିଲେ ରାଖୀ, କହିଲେ ବିଗ୍‌ ବସ୍‌ରୁ ବାହାରିଲେ ପତିଙ୍କୁ ଦେବି ତଲାକ୍‌

ନୂଆଦିଲ୍ଲୀ :  ରାଖୀ ସାଓ୍ଵାନ୍ତ ତାଙ୍କର କହିବାର ଢ଼ଙ୍ଗ ଯୋଗୁ ସର୍ବଦା ସୋସିଆଲ୍‌ ମଡିଆରେ ଚର୍ଚ୍ଚାରେ ଥାଆନ୍ତି । ରାଖୀ ନିଜର ବାହାଘରକୁ ନେଇ ଏକଦା ଚର୍ଚ୍ଚାରେ ଥିବା ବେଳେ ଏବେ ସେ ପୁଣି ଥରେ ନିଜର ବିବାହ ଭାଙ୍ଗିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ରାଖୀ ଏବେ ବିଗ୍‌ ବସ୍‌ ୧୪ ରେ ଭାଗ ନେଇଥିବାରୁ ସେ ବିଗ୍‌ ବସ୍‌ ଘରେ ଅଛନ୍ତି । ଶୋ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ରାଖୀ ବିଗ୍‌ ବସ୍‌ ଘରେ ଥାଇ ଏଥର ଚକିତ କରିଦେବା ଭଳି ଏକ ଖବର ପ୍ରକାଶ କରିଛନ୍ତି । ସେ ପତି ରିତେଶଙ୍କ ପାଖରୁ ବିଗ୍‌ ବସ୍‌ ଘରକୁ ଆସିଥିବା ଚିଠିକୁ ଚିରିବା ସହ ଏଠାରୁ ବାହାରିଲେ ରିତେଶଙ୍କୁ ତଲାକ୍‌ ଦେବେ ବୋଲି କହିଛନ୍ତି । ରାଖୀ କହିଛନ୍ତି ଯେ ବିବାହ ପରେ ତାଙ୍କୁ ପତି ସୁଖ ମିଳିନାହିଁ । ତେଣୁ ତାଙ୍କର କୌଣସି ହକ୍‌ ନାହିଁ ଯେ ସେ ଜଣେ ନାରୀ ଓ ପିଲାଙ୍କ ହକ୍‌ ନଷ୍ଟ କରିବେ ।

ଏହା ପୂର୍ବରୁ ରାଖୀ ମଧ୍ୟ ପତି ରିତେଶଙ୍କ ସମ୍ପର୍କରେ ବହୁତ କିଛି କହିଛନ୍ତି । କାହାର ଭୟରେ ସେ ରିତେଶଙ୍କୁ ବିବାହ କରିଥିଲେ ବୋଲି ପୂର୍ବରୁ କହିଥିଲେ । ରାଖୀ ସବୁଥର ଭଳି ଏଥର ମଧ୍ୟ କିଛି ତଡ୍‌କା ଖବର ଛାଡି ଚର୍ଚ୍ଚାରେ ରହିଛନ୍ତି । ତେବେ ତାଙ୍କର ଏହି ଘୋଷଣା ସତ ହେବ କି ବିଗ୍‌ ବସ୍‌ରେ ମାଇଲେଜ୍‌ ନେବାକୁ ରାଖୀ ଏପରି କହିଛନ୍ତି ତାହା ଦେଖିବାକୁ ବାକି ରହିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.