Whatsapp, Signal ଆପକୁ ଟକ୍କର ଦେବାକୁ ଆସିଛି ମେସେଜିଙ୍ଗ ଆପ Sandes, ଦେଉଛି ଏହି ସବୁ ଖାସ ଫିଚର୍ସ

Whats app, Telegram ଓ Signal ପରି ଇନଷ୍ଟଣ୍ଟ ମେସେଜିଙ୍ଗ ଆପକୁ ଟକ୍କର ଦେବା ପାଇଁ ଦେଶୀ ଚାଟ ଆପ ସନ୍ଦେଶ (Sandesh) ଲଞ୍ଚ ହୋଇଛି । ଏହାକୁ ଭାରତ ସରକାରଙ୍କ Government Instant Messaging System ପକ୍ଷରୁ ଡେଭଲପ କରାଯାଇଛି । ଏହା ସହ ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର ପକ୍ଷରୁ ଲଞ୍ଚ କରାଯାଇଥିବା ବେଳେ ସାଧାରଣ ଜନତା ବି ଡାଉନଲୋଡ଼ କରିପାରିବେ । ଏହାର ଆଉ ଏକ ବିଶେଷତା ହେଉଛି ଏଥିରେ whatsapp ପରି ଏଣ୍ଡ ଟୁ ଏଣ୍ଡ ଏନଷ୍କ୍ରିପସନ ସୁବିଧା ଥିବା ନେଇ ଦାବି କରାଯାଇଛି । ଏହି ଆପକୁ ସରକାରୀ ଅଧିକାରୀଙ୍କ ବ୍ୟତୀତ ସାଧାରଣ ଲୋକେ ବି ବ୍ୟବହାର କରିପାରିବେ ।

Sandes ଆପକୁ whatsapp ସମେତ ଅନ୍ୟ ଇନଷ୍ଟଣ୍ଟ ମେସେଜିଙ୍ଗ ଆପ ପରି ୟୁଜର ମାନେ ମେସେଜ ପଠେଇ ପାରିବେ । ଏହା ସହ ମେସେଜ ବି ରିସିଭ କରିପାରିବେ । ଏହା ସହ ଏକ ଗ୍ରୁପ ବି କ୍ରିଏଟ ବି କରିପାରିବେ । ଅର୍ଥାତ ଏହି ଆପରେ ସମସ୍ତ ମେମ୍ବର ମାନଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦିଆଯିବ । ଖାଲି ସେତିକି ନୁହେଁ ୟୁଜର ମାନେ ବ୍ରଡ଼କାଷ୍ଟ ମେସେଜ ବି ପଠେଇ ପାରିବେ । ଆଉ କିଛିକୁ ଫେବରେଟ ଭାବରେ ଟିକ ବି କରିପାରିବେ । ଯାହାକୁ ଦରକାର ସମୟରେ ବାହାର କରାଯାଇ ପାରିବ । ସରକାର Samvad ନାମକ ଏକ ଆପ ଲଞ୍ଚ କରିବାକୁ ଯାଉଛନ୍ତି । ଯାହା ମାଧ୍ୟମରେ ଲୋକେ ପରସ୍ପର ସହ ସମ୍ବାଦ ଆଦାନ ପ୍ରଦାନ କରିପାରିବେ | ଇନୋଭେଟର୍ସଙ୍କ ସହ ସରକାର ବି ଆତ୍ମନିର୍ଭର ଜରିଆରେ ଜୋରଶୋର ଚେଷ୍ଟା ଆରମ୍ଭ କରିଦେଇଛନ୍ତି । ଯେଉଁଠି ଟେକ୍ନୋଲୋଜି ସେକ୍ଟରରେ ଲୋକଙ୍କୁ ଦେଶୀ ବିକଳ୍ପ ଦେବା ନେଇ ଚେଷ୍ଟା ଜାରି ରହିଛି ।

କେମିତି କରିବେ ଡାଉନଲୋଡ଼:

ଏହି ଆପକୁ Apple App Storeରେ ଲାଇଭ୍ କରି ଦିଆଯାଇଛି । ଯେଉଁଠି ଆଇଫୋନ ୟୁଜର ମାନେ ଡାଉନଲୋଡ଼ କରିପାରିବେ । Android ୟୁଜର ମାନେ କିନ୍ତୁ Play Storeରେ ଏଯାବତ ଲାଇଭ କରିପାରି ନାହାନ୍ତି । କିନ୍ତୁ ଆଣ୍ଡ୍ରଏଡ ଫୋନ ବ୍ୟବହାରକାରି ମାନେ APK file ଡାଉନ ଲୋଡ଼ କରି ନିଜ ଆଣ୍ଡ୍ରଏଡ ଫୋନରେ ଇନଷ୍ଟଲ କରିପାରିବେ ।

କେମିତି କରିବେ ସାଇନ ଇନ:

Sandesh app ଡାଉନଲୋଡ଼ କରିବା ପରେ ଆପଣ ଏଥିରେ ନିଜ ମୋବାଇଲ ନମ୍ବର ବା ଇମେଲ ଆଇଡ଼ି ଦେଲେ ଆପଣଙ୍କ ଫୋନକୁ 6 ଡିଜିଟର ଏକ ଓଟିପି ଆସିବ । ଏହାକୁ ଅଥେ ଣ୍ଡିକେଟଡ଼ କରିବା ପରେ ଆପଣ ୟୁଜ କରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.