Below header

ୟୁଟ୍ୟୁବରେ ଧମାଲ୍ ମଚାଉଛି ଇମରାନ୍ ହାସମିଙ୍କ ନୂଆ ମ୍ୟୁଜିକ୍ ସଙ୍ଗ୍‌, ଆପଣ ବି ଥରେ ଦେଖନ୍ତୁ ଭିଡିଓ

ଇମରାନ୍ ହାସମୀ ଆଗାମୀ ଦିନରେ ଅନେକ ବଡ ବଡ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ବର୍ତ୍ତମାନ ଇମରାନ୍ ହାସମି ନିଜର ଏକ ମ୍ୟୁଜିକ ଭିଡିଓ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ମ୍ୟୁଜିକ ଭିଡିଓ ଏତେ ସୁନ୍ଦର ହୋଇଛି ଯେ ଲୋକେ ଏହାକୁ ଖୁବ୍ ପସନ୍ଦ କରିବା ସହିତ ବହୁତ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି। ଇମରାନଙ୍କ ଏହି ଗୀତର ନାମ ‘ଲୁଟ ଗୟେ’। କିଛି ଘଣ୍ଟା ପୂର୍ବରୁ ରିଲିଜ୍ ହୋଇଥିବା ଇମରାନ ହାସମିଙ୍କ ଏହି ଗୀତ ୟୁଟ୍ୟୁବରେ ଧମାଲ ମଚାଉଛି। ଏହି ଗୀତ ବର୍ତ୍ତମାନ୍ ଟପ୍ ଟ୍ରେଣ୍ଡରେ ଅଛି।

ଇମରାନ୍ ହାସମିଙ୍କ ସଙ୍ଗ୍ ‘ଲୁଟ ଗୟେ’ କୁ ପପୁଲାର ସିଙ୍ଗର ଜୁବିନ୍ ନୌଟିୟାଲ ଗାଇଛନ୍ତି। ଗୀତର ମ୍ୟୁଜିକ ବହୁତ ହି ଜବରଦସ୍ତ। ଟି-ସିରିଜର ବ୍ୟାନର ତଳେ ରିଲିଜ୍ ହୋଇଥିବା ଏହି ଗୀତକୁ ଏବେ ସୁଦ୍ଧା ଏକ କୋଟି ୪୫ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ଏହି ସଙ୍ଗରେ ଆପଣ ବିବାହର ମାହୋଲ ଦେଖିପାରିବେ। ଏଥିରେ ବିବାହର ସିନ୍ ସହିତ ବିବାହ ଭାଙ୍ଗିବା ଏବଂ ପୁଣି ରକ୍ତ ବହିବା ଭଳି କିଛି ସିନ୍ ରହିଛି। ଫ୍ୟାନ୍ସଙ୍କୁ ଇମରାନ୍ ହାସମିଙ୍କର ଏହି ଗୀତ ବହୁତ ମାତ୍ରାରେ ପସନ୍ଦ ଆସୁଛି। ଏଥିରେ ସେ ସାନଦାର ଆକ୍ଟିଙ୍ଗ୍ କରୁଥିବା ନଜର ଆସୁଛି।

ଏହି ମ୍ୟୁଜିକ ଭିଡିଓରେ ଇମରାନଙ୍କ ସହିତ ଟପ୍ ମଡେଲ ଯୁକ୍ତି ଥରେଜା ନଜର ଆସୁଛନ୍ତି। ତାଙ୍କୁ ଗୀତରେ ବ୍ରାଇଡାଲ ଗେଟଅପରେ ଦେଖିବାକୁ ମିଳୁଛି। ଏହି ସଙ୍ଗକୁ ଫିରୋଜ୍ ଏ ଖାନ୍ କୋରିଓଗ୍ରାଫ୍ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.