ରାଜ୍ୟ

ବାଇକ୍‌ରେ ନେଇଯିବା ବେଳେ ହାତରେ ଫୁଟିଗଲା ବୋମା, ଜଣେ ମୃତ ଓ ଆଉ ଜଣେ ଗୁରୁତର ଆହତ

ବ୍ରହ୍ମପୁର : ହାତରେ ଧରି ଯାଉଥିଲେ ଭୟଙ୍କର ଜିନିଷ । ଆଉ ସେଇ ଜିନିଷଟି ତାଙ୍କ ପ୍ରାଣ ନେଇଗଲା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ ନିର୍ମଳଝର ନିକଟରେ ବୋମା ଫୁଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ମିଟୁ ମହାରଣା ଓ ଆହତଙ୍କ ନାମ ସିଲୁ ପ୍ରଧାନ। ଗୁରୁତର ଅବସ୍ଥାରେ ସିଲୁଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି । କୁହାଯାଉଛି କି ମିଟୁ ଓ ସିଲୁ ଏକ ବାଇକ୍‌ରେ ଯାଉଥିବା ବେଳେ ମିଟୁ ବୋମା ଧରି ପଛରେ ବସିଥିଲେ । ବାଟରେ ବାଇକ୍‌ରୁ ପଡ଼ିଯିବା ଫଳରେ ବୋମା ଫୁଟି ଏଭଳି ଅଘଟଣା ଘଟିଲା । ହେଲେ ସେମାନେ ବୋମା କେଉଁଠାରୁ କେଉଁଠିକୁ ନେଉଥିଲେ ଏବଂ ଏହା ପଛରେ ତାଙ୍କର କି ଉଦ୍ଦେଶ୍ୟ ଥିଲା ସେକଥା ଜଣାପଡି ନାହିଁ। ଖବର ପାଇବା ପରେ ଖଲ୍ଲିକୋଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

KNews Bureau

Recent Posts

ଯୁବକ ଯୁବତୀଙ୍କୁ ଷ୍ଟଣ୍ଟ କରିବା ପଡ଼ିଲା ମହଙ୍ଗା, ଖୋଜୁଛି ପୋଲିସ

ବର୍ତ୍ତମାନ ଯୁବପିଢ଼ିଙ୍କୁ ଘାରିଛି ରିଲ୍ସ ନିଶା । ସେଥିପାଇଁ ନିଜ ଜୀବନକୁ ବାଜିରେ ଲଗାଇବା ପାଇଁ ମଧ୍ୟ ପଛାଉ ନାହାଁନ୍ତି…

7 mins ago

ସମ୍ଭାଳି ପାରିଲାନି ପଣସର ବାସ୍ନା, ଗଛକୁ ଚଢ଼ି ଭାଲୁ ଖାଇଲା ପଣସ

ନବରଙ୍ଗପୁର (କେନ୍ୟୁଜ) : ରଜ ଆସିଲାଣି ଚାରିଆଡେ ମହକିଲାଣି ପଣସର ବାସ୍ନା । ଏଇ ଦିନରେ ପଣସର ଚାହିଦା ବହୁତ…

28 mins ago

ମହା ଆଡ଼ମ୍ବରରେ ଚାଲିଛି ମା’ ସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ଭକ୍ତଙ୍କ ଗହଣରେ ହେଉଛି ମା’ଙ୍କ ଘଟ ପରିକ୍ରମା

ଛତ୍ରପୁର(କେନ୍ୟୁଜ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ବାହାଲପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା…

51 mins ago

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଓଲଟିଲା ଶ୍ରଦ୍ଧାଳୁଙ୍କ ବସ୍‌: ୨ ମୃତ, ୨୮ ଗୁରୁତର

ଉତ୍ତରପ୍ରଦେଶର ଫିରୋଜାବାଦରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଯାତ୍ରୀବାହୀ ବସ୍ ଓଲଟି…

60 mins ago

ଡଟର୍ସ ଡେ଼ରେ ଝିଅ ମାଳତୀ ସହ ପ୍ରିୟଙ୍କା ସେୟାର କଲେ କିଛି ସୁନ୍ଦର ଫଟୋ, ଫ୍ୟାନ୍ସ ଦେଖି କରୁଛନ୍ତି ପ୍ରସଂଶା

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ବଲିଉଡରେ କମ୍ ଆକ୍ଟିଭ ଏବଂ ଓଲିଉଡରେ ଅଧିକ ଆକ୍ଟିଭ ରୁହନ୍ତି ।…

1 hour ago

ଶ୍ରୀ ଜଗନ୍ନାଥଙ୍କ ପାଇଁ ତୁଳସୀ ଏବଂ ପଦ୍ମଫୁଲ ପଠାଇଲା ଓୟୁଏଟି

ପିପିଲି(କେନ୍ୟୁଜ): ଯୁଆଡ଼େ ଦେଖିବେ ବୃନ୍ଦାବତୀଙ୍କ ଆସ୍ଥାନ । ଦିନେ ଘାସ ବୁଦାରେ ପରିପୂର୍ଣ୍ଣ ହୋଇଥିବା ସ୍ଥାନଟି ଆଜି କଳା ଏବଂ…

2 hours ago