Below header

ବାଇକ୍‌ରେ ନେଇଯିବା ବେଳେ ହାତରେ ଫୁଟିଗଲା ବୋମା, ଜଣେ ମୃତ ଓ ଆଉ ଜଣେ ଗୁରୁତର ଆହତ

ବ୍ରହ୍ମପୁର : ହାତରେ ଧରି ଯାଉଥିଲେ ଭୟଙ୍କର ଜିନିଷ । ଆଉ ସେଇ ଜିନିଷଟି ତାଙ୍କ ପ୍ରାଣ ନେଇଗଲା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ ନିର୍ମଳଝର ନିକଟରେ ବୋମା ଫୁଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ମିଟୁ ମହାରଣା ଓ ଆହତଙ୍କ ନାମ ସିଲୁ ପ୍ରଧାନ। ଗୁରୁତର ଅବସ୍ଥାରେ ସିଲୁଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି । କୁହାଯାଉଛି କି ମିଟୁ ଓ ସିଲୁ ଏକ ବାଇକ୍‌ରେ ଯାଉଥିବା ବେଳେ ମିଟୁ ବୋମା ଧରି ପଛରେ ବସିଥିଲେ । ବାଟରେ ବାଇକ୍‌ରୁ ପଡ଼ିଯିବା ଫଳରେ ବୋମା ଫୁଟି ଏଭଳି ଅଘଟଣା ଘଟିଲା । ହେଲେ ସେମାନେ ବୋମା କେଉଁଠାରୁ କେଉଁଠିକୁ ନେଉଥିଲେ ଏବଂ ଏହା ପଛରେ ତାଙ୍କର କି ଉଦ୍ଦେଶ୍ୟ ଥିଲା ସେକଥା ଜଣାପଡି ନାହିଁ। ଖବର ପାଇବା ପରେ ଖଲ୍ଲିକୋଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.