ଦେଶର ସବୁ ଲୋକଙ୍କୁ ଦିଆଯିବନି କୋଭିଡ୍‌ ଟିକା,କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଲା ପୂରା ଦେଶକୁ ଟିକାକରଣ କରିବାକୁ କେବେ କହି ନାହାନ୍ତି ସରକାର,

କେନ୍ୟୁଜ୍(ବ୍ୟୁରୋ): ଦେଶର ସବୁ ଲୋକଙ୍କୁ ଦିଆଯିବନି କୋଭିଡ୍‌ ଟିକା । ଏହାର ଆବଶ୍ୟକତା ମଧ୍ୟ ନାହିଁ । ଆଇସିଏମ୍‌ଆର କହିଛି, ସଂକ୍ରମଣର ଚେନ୍‌ ଛିଣ୍ଡିବା ଆବଶ୍ୟକ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ପୂରା ଦେଶକୁ ଟିକାକରଣ କରିବାକୁ କେବେ କହି ନାହାନ୍ତି ସରକାର ।

ଦେଶର ପୂରା ୧୩୦ କୋଟି ଲୋକଙ୍କୁ ଦିଆଯିବନି ଟିକା । ଏହା ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସମଗ୍ର ଦେଶକୁ ଟିକାକରଣ କରିବାକୁ ସରକାର କେବେ କହିନାହାନ୍ତି ବୋଲି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜେଶ ଭୂଷଣ କହିଛନ୍ତି, ତଥ୍ୟ ଆଧାରିତ ଏଭଳି ବୈଜ୍ଞାନିକ ପ୍ରସଙ୍ଗ ଉପରେ ହେଉଥିବା ଆଲୋଚନା ଗୁରୁତ୍ୱପୂର୍ଣ୍ଣ ।

ଆଇସିଏମ୍‌ଆର ଡିଜି ବଳରାମ ଭାର୍ଗବ କହିଛନ୍ତି, ଟିକା କେତେ ପ୍ରଭାବୀ ତା ଉପରେ ଟିକାକରଣ ନିର୍ଭର କରେ। ସଂକ୍ରମଣର ଚେନ୍‌ ଛିଣ୍ଡାଇବା ଆମର ଲକ୍ଷ୍ୟ । ବିପଦରେ ଥିବା ବର୍ଗଙ୍କୁ ଟିକାକରଣ କରିବାରେ ସକ୍ଷମ ହେଲେ ଏବଂ ସଂକ୍ରମଣକୁ ଅଟକାଇପାରିଲେ ପୂରା ଦେଶକୁ ଟିକାକରଣ କରିବାର ଆବଶ୍ୟକ ହୋଇ ନପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.