ଶାଢ଼ୀ ପିନ୍ଧି ମହିଳା କରୁଛନ୍ତି ଏମିତି ଷ୍ଟଣ୍ଟ ଯାହାକୁ ଦେଖିଲେ ଆପଣ ବି କହିବେ ବାଃ ..ଚମତ୍କାର..!

ଯଦି ଆପଣ ଷ୍ଟଣ୍ଟ ପ୍ରଫେସନାଲଙ୍କ ଦ୍ୱାରା ବ୍ୟାକଫ୍ଲିପ୍ କିପରି କରାଯାଏ ସେ ବିଷୟରେ ଜାଣିଥିବେ ତାହେଲେ ଆପଣ ଏହା ବି ନିଶ୍ଚୟ ଜାଣିଥିବେ ଯେ ଅଭ୍ୟାସ ବିନା ଏହାକୁ କରିବା କେତେ କଷ୍ଟ ଆଉ ଏହାଦ୍ୱାରା ଶରୀରକୁ କେତେ ମାତ୍ରାରେ ବିପଦ ଥାଏ।ସାଧରଣତଃ ବ୍ୟାକଫ୍ଲିପ୍ସର ଭିଡିଓ ସୋସିଆଲ ମିଡିଆରେ ଅଧିକାଂଶ ସେୟାର କରାଯାଇଥାଏ । ତେବେ ଏସବୁ ପାଇଁ ଏକ ସ୍ୱତନ୍ତ୍ର ପୋଷାକ ମଧ୍ୟ ରହିଥାଏ କାରଣ କେହି ବି ଟାଇଟ ଜିନ୍ସ କିମ୍ବା ସେହିଭଳି ପୋଷାକରେ ବ୍ୟାକଫ୍ଲିପ୍ କରିବାକୁ ଚାଂହିବେନି ଯାହା ଦେହରେ ଫ୍ଲକ୍ସିବୁଲ ହୋଇନଥାଏ ।


କିନ୍ତୁ ଦୁନିଆରେ ଅନେକ ଅସାଧାରଣ କାର୍ଯ୍ୟ କରିପାରୁଥିବା ଭଳି ମାନି ଦେଖିବାକୁ ମିଳିଥାନ୍ତି । ନିକଟରେ ଆକାଶ ରାନୀସନ ନାମକ ଜଣେ ବ୍ୟକ୍ତି ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଜଣେ ମହିଳା ଶାଢ଼ୀ ପିନ୍ଧି ଅଦ୍ଭୁତ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଆକାଶ ଲେଖିଛନ୍ତି ମହିଳାମାନେ ସବୁକିଛି କରିପାରିବେ ଯାହା ପୁରୁଷମାନେ କରିପାରିବେ ଏବଂ ସେମାନେ ଏହା ଆହୁରି ଭଲ କରନ୍ତି । ଏମିତିକି ପୁରୁଷମାନେ ଯାହା କରିପାରିବେ ନାହିଁ ତାହା ମଧ୍ୟ ମହିଳା କରି ଦେଖାଇ ପାରିବେ । ତେବେ ଏହି ଭିଡ଼ିଓଟି ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.