ରାଜ୍ୟ

ଏମିତି ବି ଆସେ ମୃତ୍ୟୁ: ଅଧାରେ ରହିଗଲା ରଙ୍ଗ ଖେଳ, ଝିଅକୁ ନେଇ ଘରକୁ ଫେରୁଥିବା ବେଳେ ଘଟିଲା ଏହି ହୃଦୟଥର ଘଟଣା

ସୋର: ପୂରା ହୋଇପାରିଲା ନାହିଁ ରଙ୍ଗ ଖେଳ । ବେରଙ୍ଗ ହୋଇଗଲା ହୋଲି ପର୍ବ । କିଛି ସମୟ ଭିତରେ ବଜାରରୁ ରଙ୍ଗ କିଣି ଝିଅକୁ ନେଇ ଘରକୁ ଫେରିଥାନ୍ତେ ବାପା । ପୂରା ପରିବାର ସହିତ ମିଶି ଖେଳିଥାନ୍ତେ ହୋଲି । ହେଲେ ବାପ-ଝିଅର ସବୁ ସ୍ୱପ୍ନ ଅଧାରେ ରହିଗଲା । ହଠାତ ଚାଲିଆସିଲା କଳା ବାଦଲ। ବାଇକ ଦୁର୍ଘଟଣାରେ ଜୀବନ ହରାଇଲେ ବାପା ଝିଅକୁ ନେବାକୁ ଆସୁଥିବା ବାପା ।

ହୋଲିର ପର୍ବରେ ସୋରରୁ ଆସିଛି ଏକ ଅଭାବନୀୟ ଘଟଣା ।  ଯାହା ହୃଦୟ ଥରାଇଦେବ । ସୂଚନା ଅନୁସାରେ ଆଜି ସକାଳୁ ଝିଅକୁ ନେବାକୁ ସୋର ଆସୁଥିଲେ ନରେନ୍ଦ୍ର ଜେନା । କଲେଜ ଛୁଟି ଥିବାରୁ ଝିଅକୁ ନେଇ ଘରକୁ ଆସୁଥିଲେ । ବାଟରେ ରଙ୍ଗ କିଣି ଘରକୁ ଫେରିବାକୁ ଝିଅକୁ କହିଥିଲେ ନରେନ୍ଦ୍ର । ହେଲେ ଭାଗ୍ୟରେ ବିଡମ୍ବନା ରଙ୍ଗ ଖେଳିବା ଆଗରୁ ସବୁଦିନ ପାଇଁ ଲିଭି ଯାଇଥିଲା ନରେନ୍ଦ୍ରଙ୍କ ଜୀବନର ରଙ୍ଗ ।

ସୂଚନା ମୁତାବକ, ବାଗୁଡି ବଜାର ନିକଟରେ ଦୁଇଟି ଷଣ୍ଢ ଲଢେଇ କରୁଥିବା ସମୟରେ ନରେନ୍ଦ୍ର ସେହି ସମୟରେ ଆସିବା ବେଳେ ତାଙ୍କ ବାଇକକୁ ଷଣ୍ଢ ଧକ୍କା ଦେଇଥିଲା ଏବଂ ତାଙ୍କୁ ଟେକି କଚାଡି ଦେଇଥିଲେ । ଦୁଃଖର କଥା ସେହି ସମୟରେ ପଛରୁ ଆସୁଥିବା ଏକ ଦୃତଗାମୀ ଟ୍ରକ ତାଙ୍କ ଉପରେ ଚଢି ଯାଇ କିଛି ବାଟ ଘୋଷାଡି ନେଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ନରେନ୍ଦ୍ର।

Sonalisa

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

3 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

22 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

30 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

47 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago