ଏମିତି ବି ଆସେ ମୃତ୍ୟୁ: ଅଧାରେ ରହିଗଲା ରଙ୍ଗ ଖେଳ, ଝିଅକୁ ନେଇ ଘରକୁ ଫେରୁଥିବା ବେଳେ ଘଟିଲା ଏହି ହୃଦୟଥର ଘଟଣା

ସୋର: ପୂରା ହୋଇପାରିଲା ନାହିଁ ରଙ୍ଗ ଖେଳ । ବେରଙ୍ଗ ହୋଇଗଲା ହୋଲି ପର୍ବ । କିଛି ସମୟ ଭିତରେ ବଜାରରୁ ରଙ୍ଗ କିଣି ଝିଅକୁ ନେଇ ଘରକୁ ଫେରିଥାନ୍ତେ ବାପା । ପୂରା ପରିବାର ସହିତ ମିଶି ଖେଳିଥାନ୍ତେ ହୋଲି । ହେଲେ ବାପ-ଝିଅର ସବୁ ସ୍ୱପ୍ନ ଅଧାରେ ରହିଗଲା । ହଠାତ ଚାଲିଆସିଲା କଳା ବାଦଲ। ବାଇକ ଦୁର୍ଘଟଣାରେ ଜୀବନ ହରାଇଲେ ବାପା ଝିଅକୁ ନେବାକୁ ଆସୁଥିବା ବାପା ।

ହୋଲିର ପର୍ବରେ ସୋରରୁ ଆସିଛି ଏକ ଅଭାବନୀୟ ଘଟଣା ।  ଯାହା ହୃଦୟ ଥରାଇଦେବ । ସୂଚନା ଅନୁସାରେ ଆଜି ସକାଳୁ ଝିଅକୁ ନେବାକୁ ସୋର ଆସୁଥିଲେ ନରେନ୍ଦ୍ର ଜେନା । କଲେଜ ଛୁଟି ଥିବାରୁ ଝିଅକୁ ନେଇ ଘରକୁ ଆସୁଥିଲେ । ବାଟରେ ରଙ୍ଗ କିଣି ଘରକୁ ଫେରିବାକୁ ଝିଅକୁ କହିଥିଲେ ନରେନ୍ଦ୍ର । ହେଲେ ଭାଗ୍ୟରେ ବିଡମ୍ବନା ରଙ୍ଗ ଖେଳିବା ଆଗରୁ ସବୁଦିନ ପାଇଁ ଲିଭି ଯାଇଥିଲା ନରେନ୍ଦ୍ରଙ୍କ ଜୀବନର ରଙ୍ଗ ।

aaccident logoସୂଚନା ମୁତାବକ, ବାଗୁଡି ବଜାର ନିକଟରେ ଦୁଇଟି ଷଣ୍ଢ ଲଢେଇ କରୁଥିବା ସମୟରେ ନରେନ୍ଦ୍ର ସେହି ସମୟରେ ଆସିବା ବେଳେ ତାଙ୍କ ବାଇକକୁ ଷଣ୍ଢ ଧକ୍କା ଦେଇଥିଲା ଏବଂ ତାଙ୍କୁ ଟେକି କଚାଡି ଦେଇଥିଲେ । ଦୁଃଖର କଥା ସେହି ସମୟରେ ପଛରୁ ଆସୁଥିବା ଏକ ଦୃତଗାମୀ ଟ୍ରକ ତାଙ୍କ ଉପରେ ଚଢି ଯାଇ କିଛି ବାଟ ଘୋଷାଡି ନେଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ନରେନ୍ଦ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.