କେନ୍ଦୁଝର ବାଂଶପାଳ ବ୍ଲକ୍‌ ଲାଲପାଣି ଗାଁରେ ଦନ୍ତା ଆତଙ୍କ, ହାତୀଭୟରେ ୩ ଦିନ ହେଲା ସ୍କୁଲ ବାରଣ୍ଡରେ ଆଶ୍ରୟ ନେଉଛନ୍ତି ଗ୍ରାମବାସୀ

କେନ୍ଦୁଝର: କେନ୍ଦୁଝର ବାଂଶପାଳ ବ୍ଲକ୍‌ ଲାଲପାଣି ଗାଁରେ ଦନ୍ତା ଆତଙ୍କ । ହାତୀଭୟରେ ୩ ଦିନ ହେଲା ସ୍କୁଲ ବାରଣ୍ଡରେ ଆଶ୍ରୟ ନେଉଛନ୍ତି ଗ୍ରାମବାସୀ । ଗତ ଶୁକ୍ରବାର ରାତିରେ ଏକ ବଣୁଆ ହାତୀ ପଲ ଗାଁକୁ ପଶି ଆସିବା ସହ ବହୁ ଘର ଭଙ୍ଗାରୁଜା କରିଥିଲେ । ରାତି ସାରା ହାତୀ ଘଉଡ଼ାଇବା ପାଇଁ ଲୋକେ ଉଦ୍ୟମ କରିଥିଲେ ମଧ୍ୟ ହାତୀପଲ ଅଧିକ ଉତ୍ପାତ ମଚାଇଥିଲେ । ତିନି ଦିନ ହେବ ଗ୍ରାମବାସୀ ପିଲା ଛୁଆଙ୍କୁ ଧରି ସ୍କୁଲ ବାରଣ୍ଡାରେ ପଡ଼ି ରହିଛନ୍ତି । ଜଙ୍ଗଲ ବିଭାଗ କିମ୍ବା କୌଣସି ସରକାରୀ ଅଧିକାରୀ ଏପର୍ଯ୍ୟନ୍ତ ଲୋକଙ୍କ ପାଖରେ ପହଞ୍ଚିପାରି ନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.