ରାଜ୍ୟ

ରୋଗୀଙ୍କୁ ଏକ୍ସପାୟାରୀ ସାଲାଇନ୍‌ ଦେଲେ ମେଡିକାଲ କର୍ମଚାରୀ

ସମ୍ବଲପୁର (କେନ୍ୟୁଜ) : ପୁଣି ଦାୟିତ୍ୱହୀନତାର ଛାପ ଛାଡିଲା ମେଡିକାଲ। ରୋଗୀଙ୍କୁ ଦିଆଯାଉଛି ଏକ୍ସପାୟାରୀ ସାଲାଇନ୍‌। ରୋଗ ଭଲ ହେବ କଣ ଓଲଟି ବଢ଼ିଯାଉଛି। ରୋଗୀଙ୍କ ଜୀବନ ସହିତ ଖେଳୁଛନ୍ତି ମେଡିକାଲ କର୍ମଚାରୀ। ରୋଗୀଟିଏ ଭଲ ହେବା ପାଇଁ ଡାକ୍ତରଖାନାକୁ ଦୌଡିଯାଏ। ଆଉ ଡାକ୍ତରଙ୍କୁ ମାନିନିଏ ଭଗବାନ। କିନ୍ତୁ ଥରେ ଭାବନ୍ତୁ ଯଦି ସେହି ରୋଗୀକୁ ଦିଆଯାଏ ଏକ୍ସପାୟାରୀ ସାଲାଇନ୍‌ ସେତେବଳେ କଣ ହେବ ସେହି ରୋଗୀର ଅବସ୍ଥା।

ସମ୍ବଲପୁର ସଦର ହସ୍ପିଟାଲରେ ରୋଗୀଙ୍କୁ ଦିଆଯାଇଛି ଏକ୍ସପାୟାରୀ ସାଲାଇନ୍‌। ଜିଲ୍ଲା ସଦର ହସ୍ପିଟାଲର ସଂକ୍ରମଣ ବିଭାଗରେ ଏଭଳି ଦାୟିତ୍ୱହୀନତା ଦେଖିବାକୁ ମିଳିଛି। ସରୋଜ ସାହୁ ନାମକ ଜଣେ ରୋଗୀଙ୍କୁ ଅବଧି ଶେଷ ହୋଇଯାଇଥିବା ଏକ ସଲାଇନ ଦିଆଯାଇଛି। ସାଲାଇନଟି ଫେବୃଆରୀ ୨୦୧୯ ତାରିଖରେ ପ୍ରସ୍ତୁତ ହୋଇଥିବା ବେଳେ ଜାନୁଆରୀ ୨୦୨୧ ମସିହାରେ ତାର ଅବଧି ଶେଷ ହୋଇଯାଇଛି। କିନ୍ତୁ କିଭଳି ଭାବରେ ଡିଉଟିରେ ଥିବା କର୍ମଚାରୀ ସଲାଇନର ଅବଧିକୁ ନ ଦେଖି ରୋଗୀଙ୍କୁ ସାଲାଇନ ଦେଲେ ତାହା ଏବେ ଚିନ୍ତାର ବିଷୟ।

ଏ ବାବଦରେ admoଙ୍କୁ ପଚରା ଯିବା ପରେ ସେ କହିଛନ୍ତି ଯେ ସବୁଦିନ ଶହ ଶହ ରୋଗୀଙ୍କୁ ସାଲାଇନ ଦିଆହେଉଛି।ସମସ୍ତ ଔଷଧ ର ଅବଧି ଦେଖି ରୋଗୀଙ୍କୁ ଦେବା କର୍ମଚାରୀଙ୍କ ଦାୟିତ୍ୱ। ଯଦି କିଛି ତ୍ରୁଟି ରହିଛି ସେ ବାବଦରେ ତଦନ୍ତ କରାଯିବ ଏବଂ ଯିଏ ଦୋଷୀ ସାବ୍ଯସ୍ତ ହେବେ ତାଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଆମେ କହିବୁ ମେଡିକାଲରେ ଏ କି ପ୍ରକାର ଦାୟିତ୍ୱହୀନତା। ଯଦି ଏକ୍ସପାୟାରୀ ସାଲାଇନ୍‌ ଯୋଗୁଁ ରୋଗୀର ଜୀବନ ଚାଲିଯାଇଥାନ୍ତା ତାହେଲେ ଏଥିପାଇଁ ଦାୟୀ କିଏ ହୋଇଥାନ୍ତେ। ବାରମ୍ବାର ଏଭଳି ଏକ୍ସପାୟାରୀ ସାଲାଇନ୍‌ ଏବଂ ଭୁଲ ଇଞ୍ଜେକସନ୍‌ କାହିଁକି ଦେଉଛନ୍ତି ମେଡିକାଲ କର୍ମଚାରୀ। କେବେ ଏ ଦାୟିତ୍ୱହୀନତା ଉପରେ ଲାଗିବ ରୋକ।

Pritiparna

Recent Posts

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

24 mins ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

26 mins ago

ଅଦ୍ୱିତୀୟ କାରିଗର ହରେକୃଷ୍ଣ ମହାରଣା, ଯାହାଙ୍କ ହାତର ସ୍ପର୍ଶରେ ମାଟି ମୂର୍ତ୍ତି ପାଉଛି ଜୀବନ୍ତ ରୂପ

ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…

30 mins ago

କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍‌ ଥିବା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍‌ ପ୍ଲସର ଧମାକେଦାର ଫୋନ୍‌ । ଯଦି ଆପଣ ଓ୍ଵାନପ୍ଲସ୍‌ ଲଭର୍‌ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…

37 mins ago

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…

38 mins ago

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

52 mins ago