ରାଜ୍ୟ

ଷ୍ଟ୍ରେଚରରେ ଛଟପଟ ରକ୍ତାକ୍ତ ରୋଗୀ, ଚିକିତ୍ସା କରିବେ କ’ଣ ଜଳଖିଆ ଖାଇବାରେ ବ୍ୟସ୍ତ ଡାକ୍ତର

ଯାଜପୁର ଟାଉନ(କେନ୍ୟୁଜ୍ ): ଡାକ୍ତର ନାଟି ଶୁଣିବା ମାତ୍ରକେ ରୋଗୀ ସତେ ଯେମିତି ସୁସ୍ଥ ହୋଇଯାଏ । ଶରୀରର ଭଲ ମନ୍ଦ ସବୁ ତାଙ୍କରୀ ଆଗରେ ବଖାଣି ପକାଏ । ଏ ଏ ସମାଜ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ରୂପେ ବିବେଚନା କରେ। ହେଲେ ଆବେଗର ବିଷୟ ରୋଗୀଟି ଯଦି ଡାକ୍ତରଖାନାରେ ଛଟପଟ ହେଉଥିବା ଆଉ ଏଥିରେ ଡାକ୍ତରଙ୍କୁ କିଛି ଫରକ ପଡୁନଥିବ ତେବେ ପରିସ୍ଥିତି କଣ ହେବ ଟିକେ ଚିନ୍ତା କଲେ । ଏମିତି ଏକ ଘଟଣା ଘଟି ଯାଇଛି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ।

ଡାକ୍ତରଖାନାରେ ପୁଣି ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଡାକ୍ତରଙ୍କ ଅବହେଳାକୁ ନେଇ ପୁଣି ସାମ୍ନାକୁ ଆସିଛି ଏକ ଭାଇରାଲ୍ ଭିଡିଓ । ଡାକ୍ତରଙ୍କ ହାବଭାବରେ ରୋଗୀ ଓ ତାଙ୍କ ପରିବାର ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି ଭିଡିଓରେ । ଯାହା ଫଳରେ କିଛି ସମୟ ପାଇଁ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଭିଡିଓରେ ଦେଖିବାକୁ ମିଳିଛି କେମିତି ରୋଗୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଡାକ୍ତର ଖଟ ଉପରେ ଶୋଇ ଜଳଖିଆ ପୁଡିଆ ଧରି ଖାଉଛନ୍ତି । ରୋଗୀଙ୍କ ସମ୍ପର୍କୀୟ ବିକଳ ହୋଇ ଡାକ୍ତରଙ୍କୁ ଖୋଜୁଥିବାବେଳେ, କିଛି ଶୁଣୁ ନାହାନ୍ତି ଡାକ୍ତର, ସେ ଜଳଖିଆ ଖାଇବାରେ ମଗ୍ନ । ଏମିତି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଯାଜପୁର ମୁଖ୍ୟ ଚିକିତ୍ସାଳୟରେ । ରୋଗୀଙ୍କ ସମ୍ପର୍କୀୟ ଯାହାର ଭିଡିଓ କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି, ଗୋଟିଏ ପଟେ ଷ୍ଟ୍ରେଚରରେ ରୋଗୀ ଛଟପଟ ହେଉଛନ୍ତି । କଷ୍ଟରେ ଚିତ୍କାର କରୁଛନ୍ତି । ଆଉ ଅନ୍ୟପଟେ କାଯ୍ୟରତ ଡାକ୍ତର ବେଡ଼ରେ ଶୋଇ, ମୋବାଇଲ ଦେଖି ଦେଖି ଜଳଖିଆ ଖାଇବାରେ ବ୍ୟସ୍ତ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗରେ ଏପରି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଆହୁରି ଦେଖିବାକୁ ମିଳିଛି କି, ଦୁର୍ଘଟଣାରେ ଶିକାର ହୋଇ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ଷ୍ଟ୍ରେଚରରେ ପଡି ଯନ୍ତ୍ରଣାରେ କଲବଲ ହେଉଛନ୍ତି । ଏତେ କଷ୍ଟ ହେଉଛି ଯେ ସେ ଚିତ୍କାର କରିବାକୁ ଲାଗୁଛନ୍ତି । ସମ୍ପର୍କିୀୟ ଲୋକେ ଯେତେବେଳେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଡାକିବାକୁ ଯାଇଛନ୍ତି ସେ ଆସୁନାହାନ୍ତି । ବିଶ୍ରାମ କକ୍ଷରେ ଜଳଖିଆ ଖାଉଛନ୍ତି ବୋଲି କହି କଥାକୁ ଏଡାଇ ଦେଉଛନ୍ତି ।

ସୂଚନାଥାଉ କି, ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଅନେକ ସମୟରେ ଡାକ୍ତରଙ୍କ ମନାମାନୀ କରୁଥିବା ରୋଗୀମାନେ ଅଭିଯୋଗ କରି ଆସୁଛନ୍ତି । ଏପରି ସ୍ଥିତିରେ ଏହି ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାଯ୍ୟ କରୁଥିବା ଡାକ୍ତର ମାନଙ୍କ ଉପରେ ଏବେ ଏକ ବଡ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

 

Sonalisa

Recent Posts

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

4 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

58 mins ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

2 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

3 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

3 hours ago