ହସ୍ପିଟାଲ ବେଡ୍ ପାଖରେ ନାହିଁ ସାଲାଇନ୍ ଷ୍ଟାଣ୍ଡ। ନିଜ ହାତରେ ସାଲାଇନ୍ ବୋତଲ ଧରିଲେ ରୋଗୀ। ରାତି ସାରା ଏମିତି ଚାଲିଲା ରୋଗୀ ସେବା। ଘଟଣା କୌଣସି ଉପାନ୍ତ ଅଞ୍ଚଳ ହସ୍ପିଟାଲର ନୁହେଁ। ପୁରୀ ଜିଲ୍ଲା ସଦର ହସ୍ପିଟାଲର ଘଟଣା। ମାଟି ମଣ୍ଡପ ସାହିରେ ରହୁଥିବା ବୀରବଳଭଦ୍ରପୁର ଗାଁର ଦିଲ୍ଲୀପ କୁମାର ବାରିକ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିସିନ୍ ଓ୍ଵାର୍ଡରେ ଆରମ୍ଭ ହୋଇଥିଲା ତାଙ୍କର ଚିକିତ୍ସା। ତେବେ ବେଡ୍ ପାଖରେ ସାଲାଇନ୍ ଷ୍ଟାଣ୍ଡ ନଥିବାରୁ ଡ୍ୟୁଟିରେ ଥିବା ନର୍ସ ସାଲାଇନ୍ ବୋତଲକୁ ରୋଗୀଙ୍କ ହାତରେ ଧରାଇ ଦେଇଥିଲେ। ତେବେ ଏନେଇ ସିଡିଏମ୍ କିମ୍ବା ଏଡିଏମ୍ଓଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।
ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…