‘ନିଜ ସାଲାଇନ ନିଜେ ଧରନ୍ତୁ’, ଏ ହେଉଛି ପୁରୀ ମେଡିକାଲର ସ୍ବାସ୍ଥ୍ୟସେବା

ହସ୍ପିଟାଲ ବେଡ୍‌ ପାଖରେ ନାହିଁ ସାଲାଇନ୍‌ ଷ୍ଟାଣ୍ଡ। ନିଜ ହାତରେ ସାଲାଇନ୍‌ ବୋତଲ ଧରିଲେ ରୋଗୀ। ରାତି ସାରା ଏମିତି ଚାଲିଲା ରୋଗୀ ସେବା। ଘଟଣା କୌଣସି ଉପାନ୍ତ ଅଞ୍ଚଳ ହସ୍ପିଟାଲର ନୁହେଁ। ପୁରୀ ଜିଲ୍ଲା ସଦର ହସ୍ପିଟାଲର ଘଟଣା। ମାଟି ମଣ୍ଡପ ସାହିରେ ରହୁଥିବା ବୀରବଳଭଦ୍ରପୁର ଗାଁର ଦିଲ୍ଲୀପ କୁମାର ବାରିକ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିସିନ୍‌ ଓ୍ଵାର୍ଡରେ ଆରମ୍ଭ ହୋଇଥିଲା ତାଙ୍କର ଚିକିତ୍ସା। ତେବେ ବେଡ୍‌ ପାଖରେ ସାଲାଇନ୍‌ ଷ୍ଟାଣ୍ଡ ନଥିବାରୁ ଡ୍ୟୁଟିରେ ଥିବା ନର୍ସ ସାଲାଇନ୍‌ ବୋତଲକୁ ରୋଗୀଙ୍କ ହାତରେ ଧରାଇ ଦେଇଥିଲେ। ତେବେ ଏନେଇ ସିଡିଏମ୍‌ କିମ୍ବା ଏଡିଏମ୍‌ଓଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.