ରାଜ୍ୟ

ପାଞ୍ଚ ବର୍ଷ ପୂରିବ ପାଟଣାଗଡ଼ ପାର୍ସଲ ବୋମା ମାମଲାକୁ, ଏବେବି ଜେଲ୍‌ରେ ପୁଞ୍ଜିଲାଲ

ପାଟଣାଗଡ଼ (କେନ୍ୟୁଜ୍‌) : ଆଉ ଠିକ୍‌ ଦୁଇ ସପ୍ତାହ ପରେ ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ପାଞ୍ଚ ବର୍ଷ ପୂରିଯିବ । ଯାହା ଘଟିଥିଲା ୨୦୧୮ ମସିହା ଫେବ୍ରୁଆରୀ ୨୩ ତାରିଖରେ । ଏହି ବହୁ ଚର୍ଚିତ ପାଟଣାଗଡ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ଦର୍ଶା ଯାଇଥିବା ପୁଞ୍ଜିଲାଲ ମେହେରଙ୍କ କେସ ଏବେବି ସରିନାହିଁ । ପାଟଣାଗଡ ଅତରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଚାଲିଛି ଏହି ମାମଲା । ଆଜି କଡା ସୁରକ୍ଷା ମଧ୍ୟରେ ପୁଞ୍ଜିଲାଲଙ୍କୁ ବଲାଙ୍ଗିର ଜେଲ୍‌୍‌ରୁ ଆଣି ପାଟଣାଗଡ କୋର୍ଟରେ ହାଜର କରାଇଥିଲା ପୋଲିସ l ୨୩ ନମ୍ବର ସରକାରୀ ସାକ୍ଷୀ ପ୍ରଣୟ ମିଶ୍ରଙ୍କୁ ଆଜି ଜେରା କରାଯାଇଥିଲା । ପୁଞ୍ଜିଲାଲ ଓକିଲଙ୍କ ସହକାରୀ ଓକିଲ ସାନନ୍ଦ ମେହେରଙ୍କ ଉପସ୍ଥିତିରେ ସରକାରୀ ଓକିଲ ଆଶିଷ କୁମାର ଚନ୍ଦନ ଜେରା କରିଥିଲେ l ପୂର୍ବତନ ଆରଟିଓ ପ୍ରଣୟ ମିଶ୍ର ପୁଞ୍ଜିଲାଲ ବ୍ଯବହାର କରିଥିବା ବାଇକ ବିଷୟରେ ସାକ୍ଷ୍ୟ ପ୍ରଦାନ କଲେ l

ଏବେ ଫେରିଯିବା ସେହି ଘଟଣାକ୍ରମକୁ । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ସେମାନେ ପାଇଥିବା ଗିଫ୍ଟ ପାର୍ସଲ ସବୁ ଖୋଲୁଥିବା ବେଳେ ଅଚାନକ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ କିନ୍ତୁ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇ ଯାଇଥିଲା । ଗୁରୁତର ଅବସ୍ଥାରେ ରୀମାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁସା କଲେଜର ଇ˚ରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଏପ୍ରିଲ ୨୫ରେ କ୍ରଇମବ୍ରାଞ୍ଚ ଗିରଫ କରିଥିଲା। ତାଙ୍କୁ ରିମାଣ୍ତରେ ନେଇ ପଚରା ଉଚୁରା କରିବା ସହ ଅନ୍ୟ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲା । ଏହା ପରେ କ୍ରାଇମ୍ବ୍ରାଞ୍ଚ ପୁଞ୍ଜିଲାଲଙ୍କ ବିରୋଧରେ ୩୦୦ ପୃଷ୍ଠାର ଏକ ଚାର୍ଜସିଟ୍ ପାଟଣାଗଡ଼ ଏସ୍ଡିଜେଏମ୍ଙ୍କ କୋର୍ଟରେ ଦାଖଲ କରିଥିଲା।

ଚାର୍ଜସିଟ୍ରେ କ୍ରାଇମ୍ବ୍ରାଞ୍ଚ ମୋଟ ୭୨ ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ଼ କରିଛି। ଏହା ସହିତ କଣ୍ଟାବାଞ୍ଝି ରେଳ ଷ୍ଟେସନ୍ରେ ଥିବା ଗାଡ଼ି ଷ୍ଟାଣ୍ତର ରସିଦ୍ ବହି, ପୁଞ୍ଜିଲାଲଙ୍କ ମୋବାଇଲ୍ ଫୋନ୍, ପେନ୍ଡ୍ରାଇଭ୍, ଏକ୍ସଟରନାଲ ହାର୍ଡ ଡିସ୍କ, ପ୍ରିଣ୍ଟର, ଏସ୍ପିଙ୍କୁ ପଠାଇଥିବା ଚିଠି, ଅଠା ଡବା, ବୋମା ଏବ˚ ରାୟପୁର ଡିଟିଡିସି କୋରିୟର ସ˚ସ୍ଥା ବାହାରେ ଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ ଆଦି ଜବତ ସମ୍ପର୍କରେ ଚାର୍ଜସିଟ୍ରେ ଦର୍ଶାଇଥିଲା।

ହେଲେ ଏବେବି ସାକ୍ଷୀ ଆସୁଛନ୍ତି, କୋର୍ଟରେ ନିଜ ବୟାନ୍‌ ଦେଉଛନ୍ତି କିନ୍ତୁ ମାମଲାର ଫଇସଲା ହୋଇ ପାରୁ ନାହିଁ । ଶୁଣାଣି ପରେ ଶୁଣାଣି ଚାଲିଛି ହେଲେ ଦଣ୍ଡାଦେଶ କେବେ ମିଳିବ ସେକଥା କେହି କହି ପାରୁ ନାହାନ୍ତି । ଟିକିଏ ଫଟୋରୁ ଦେଖି ନିଅନ୍ତୁ ସେତେବେଳର ପୁଞ୍ଜିଲାଲ ଓ ଏବେକାର ପୁଞ୍ଜିଲାଲ ଭିତରେ ଫରକ ।

 

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

17 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

3 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

6 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

6 hours ago