ଦେଶରେ ସର୍ବାଧିକ : ମୁମ୍ବାଇରେ ପେଟ୍ରୋଲ ଦର ୮୬ ଟଙ୍କା ଟପିଲା

ମୁମ୍ବାଇ : ଏବେ ଯେଉଁଭଳି ଭାବେ ତୈଳ ଦର ବଢ଼ି ଚାଲିଛି ସେଥିରୁ ଅନୁମାନ ହେଉଛି କି ଖୁବ୍ କମ୍ ଦିନ ଭିତରେ ପେଟ୍ରୋଲ ଓ ଡିଜେଲ ୧୦୦ ଟଙ୍କା ଧରିବ । ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ୮୬ ଟଙ୍କା ୫୬ ପଇସାରେ ବିକ୍ରି ହେଉଛି । ଡିଜେଲ ଦାମ୍ ହେଉଛି ୭୧ ଟଙ୍କା ୧୫ ପଇସା । ଦିନକ ଭିତରେ ହାରାହାରି ୩୧ ପଇସା ବଢ଼ିଛି । ସାରା ଦେଶରେ ଏହି ମୂଲ୍ୟ ହେଉଛି ସର୍ବାଧିକ । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବଢ଼ିବା ଯୋଗୁଁ ଦେଶରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି । ଆଜି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୭୮ ଟଙ୍କା ୨ ପଇସା । ଗତକାଲି ଥିଲା ୭୭ ଟଙ୍କା ୬୦ ପଇସା । ଡିଜେଲ ଦାମ୍ ଆଜି ରହିଛି ୭୬ ଟଙ୍କା ୩୪ ପଇସା । ଗତକାଲିର ମୂଲ୍ୟ ଥିଲା ୭୫ ଟଙ୍କା ୮୦ ପଇସା ।

KNews Bureau

Recent Posts

ଥାନା ଅଧିକାରୀଙ୍କ ଘର ଉପରେ ଅକ୍ରମଣ, ଟେକା ପଥର ଫିଙ୍ଗିବା ସହ ଗାଡ଼ି ଭାଙ୍ଗିଲେ ଦୁର୍ବୃତ୍ତ

ନରସିଂପୁର (କେନ୍ୟୁଜ): ପୋଲିସ୍ ଉପରେ ଆକ୍ରମଣ ।  ଗତକାଲି ବିଳମ୍ବିତ ରାତ୍ରୀରେ କଟକ ମାଣିଆବନ୍ଧ ଥାନା ଅଧିକାରୀଙ୍କ ବାସଭବନରେ ଦୁର୍ବୃତ୍ତମାନେ…

11 mins ago

DoTର ବଡ଼ ପ୍ରସ୍ତୁତି, ବେଲୁନ୍ ଏବଂ ଡ୍ରୋନ୍ ମାଧ୍ୟମରେ ମିଳିବ 5G ନେଟୱର୍କ

DoT 5G ସେବା ପାଇଁ ଏବେ ଅଭିନବ ଉପାୟ ଅନୁସନ୍ଧାନ କରୁଛି । ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତିରେ ମୋବାଇଲ୍ ଟାୱାର…

50 mins ago

ମୋଦିଙ୍କ ହ୍ୟାଟ୍ରିକ, କ୍ରମାଗତ ତୃତୀୟ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମୋଦିଙ୍କ ହ୍ୟାଟ୍ରିକ । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି ।  ନେହରୁଙ୍କ…

57 mins ago

ବିଜୟ ପରେ ପୱନ କଲ୍ୟାଣଙ୍କ ପତ୍ନୀ ତାଙ୍କୁ ଏପରି କଲେ ସ୍ୱାଗତ, ଅଭିନେତାଙ୍କ ମୁହଁରେ ଦେଖିବାକୁ ମିଳିଲା ଖୁସିର ଝଲକ୍‌

ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ସାଉଥ୍‌ ସୁପରଷ୍ଟାର ପୱନ କଲ୍ୟାଣ ବିଜୟ ହାସଲ କରିଛନ୍ତି । ଆନ୍ଧ୍ରପ୍ରଦେଶରେ ପୱନ କଲ୍ୟାଣଙ୍କ ପାର୍ଟି…

1 hour ago

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଓ ଦେଶର ଅନେକ ରେକର୍ଡ ଭାଙ୍ଗିଛନ୍ତି ନବୀନ

ଭୁବନେଶ୍ୱର (କେନ୍ୟୁଜ): ୨୪ ବର୍ଷ ୩ ମାସର ଲମ୍ବା ଶାସନ କାଳ  । ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ…

2 hours ago

ରାଜ୍ୟ ରାଜନୀତିରେ ଓଲଟପାଲଟ, ଏଥର ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢ଼ିବ ବିଜେପି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଫୁଟିଲା ପଦ୍ମ । ଏଥର ରାଜ୍ୟରେ ବିଜେପି ସରକାର। ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ…

2 hours ago