ଦେଶରେ ସର୍ବାଧିକ : ମୁମ୍ବାଇରେ ପେଟ୍ରୋଲ ଦର ୮୬ ଟଙ୍କା ଟପିଲା

ମୁମ୍ବାଇ : ଏବେ ଯେଉଁଭଳି ଭାବେ ତୈଳ ଦର ବଢ଼ି ଚାଲିଛି ସେଥିରୁ ଅନୁମାନ ହେଉଛି କି ଖୁବ୍ କମ୍ ଦିନ ଭିତରେ ପେଟ୍ରୋଲ ଓ ଡିଜେଲ ୧୦୦ ଟଙ୍କା ଧରିବ । ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ୮୬ ଟଙ୍କା ୫୬ ପଇସାରେ ବିକ୍ରି ହେଉଛି । ଡିଜେଲ ଦାମ୍ ହେଉଛି ୭୧ ଟଙ୍କା ୧୫ ପଇସା । ଦିନକ ଭିତରେ ହାରାହାରି ୩୧ ପଇସା ବଢ଼ିଛି । ସାରା ଦେଶରେ ଏହି ମୂଲ୍ୟ ହେଉଛି ସର୍ବାଧିକ । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବଢ଼ିବା ଯୋଗୁଁ ଦେଶରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି । ଆଜି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୭୮ ଟଙ୍କା ୨ ପଇସା । ଗତକାଲି ଥିଲା ୭୭ ଟଙ୍କା ୬୦ ପଇସା । ଡିଜେଲ ଦାମ୍ ଆଜି ରହିଛି ୭୬ ଟଙ୍କା ୩୪ ପଇସା । ଗତକାଲିର ମୂଲ୍ୟ ଥିଲା ୭୫ ଟଙ୍କା ୮୦ ପଇସା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.