ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ଖାତାଦେଖା । ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ହେବ ଖାତାଦେଖା । ପ୍ରଥମ ପର୍ଯ୍ୟାୟ ଜୁନ୍ ୨ରୁ ଆରମ୍ଭ ହୋଇ ୧୨ ତାରିଖରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ଜୁନ୍ ୧୩ ତାରିଖରୁୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ କଳା, ବାଣିଜ୍ୟ ଛାତ୍ରଛାତ୍ରୀ ମାନଙ୍କ ସମସ୍ତ ବିଷୟ ଓ ବିଜ୍ଞାନର ୫ଟି ବିଷୟରେ ଖାତା ଦେଖାହେବ ।
ଦ୍ଵିତୀୟ ପର୍ଯ୍ୟାୟରେ ବିଜ୍ଞାର ଅନ୍ୟ ବିଷୟ ଓ ଧନ୍ଦାମୂଳକର ସମସ୍ତ ବିଷୟର ଖାତା ଦେଖା ହେବ । ଚଳିତବର୍ଷ ବର୍ଷ ଅଫଲାଇନ୍ ଓ ଅନଲାଇନ୍ ରେ ଖାତା ଦେଖାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ଖାତାଦେଖା ପାଇଁ ଅଫଲାଇନ୍ରେ ୬୪ ଟି କେନ୍ଦ୍ର ହୋଇଥିବା ବେଳେ ଅନଲାଇନ୍ରେ ୩୭ଟି କେନ୍ଦ୍ର ହୋଇଛି । ଆସନ୍ତା ଜୁଲାଇରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।
ଚଳିତବର୍ଷ ୨ ପ୍ରକାର ପଦ୍ଧତିରେ ମୂଲ୍ୟାୟନ ହେବ । ପ୍ରଥମ ପଦ୍ଧତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହୋଇଥିବା ଇଣ୍ଟରନାଲ ପରୀକ୍ଷାର ୨୦ ପ୍ରତିଶତ ଓ ଦ୍ଵାଦଶ ପରୀକ୍ଷାର ୮୦ ପ୍ରତିଶତ କୁ ନେଇ ପିଲାଙ୍କ ଖାତା ମୂଲ୍ଯାୟନ କରାଯିବ। ଛାତ୍ରଛାତ୍ରୀ ମାନଙ୍କ ୩ ଟି ଇଣ୍ଟରନାଲ ପରୀକ୍ଷା ଭିତରୁ ସର୍ବାଧିକ ମାର୍କ ପାଇଥିବା ୨ ଟି ପରୀକ୍ଷା କୁ ଗ୍ରହଣ କରାଯିବ। ଚଳିତବର୍ଷ କଳା, ବିଞ୍ଜାନ, ବାଣିଜ୍ଯ ଓ ଧନ୍ଦାମୂଳକ ବିଷୟରେ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।
ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଡାକ ବିଭାଗରେ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦୁର୍ନୀତି ମାମଲାରେ ସିବିଆଇର ବଡ଼ ଧରଣର ତଦନ୍ତ ଆରମ୍ଭ…
ଆଇସକ୍ରିମ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି । ମୁମ୍ବାଇର ଜଣେ ମହିଳା ଡାକ୍ତର ଖାଇବା ପାଇଁ ଅନଲାଇନରେ ଆଇସକ୍ରିମ…
ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା କୋମନା ଦେଉଳବନ୍ଧ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ଏକ ପୁରାତନ ମନ୍ଦିର ଠାବ ହୋଇଛି…
ପୁରୀ (କେନ୍ୟୁଜ): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ଜମ୍ମୁ-କାଶ୍ମୀରର ରିୟାସୀ, କଠୁଆ ଏବଂ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜମ୍ମୁ ପୋଲିସ ୪ ଆତଙ୍କୀଙ୍କ ସ୍କେଚ୍ ଜାରି…
ଭୁବନେଶ୍ୱର (କେନ୍ୟୁଜ): ମୋହନ ସରକାର ଆସିବା ପରେ ଚର୍ଚ୍ଚା ଏବେ କିଏ ହେବେ ଡିଜିପି । ଏବେ ଅରୁଣ ଷଡଙ୍ଗୀ…