ପ୍ରସିଦ୍ଧ ଗୀତିକାର ପ୍ରଫୁଲ୍ଲ କରଙ୍କର ରବିବାର ନିଧନ ହୋଇଛି । ନିରବି ଯାଇଛି ଏହି ପ୍ରସିଦ୍ଧ ଓଡ଼ିଆ ଗୀତିକାରଙ୍କର ସ୍ୱର । ପ୍ରାୟ ୮୩ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ପ୍ରଫୁଲ୍ଲ କରିଛନ୍ତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଏହି ଗୀତିକାର ଜଣକ । ଶ୍ରୀ କର ଥିଲେ ଜଣେ ପ୍ରସିଦ୍ଧ ସଂଗୀତକାର, ଗାୟକ, ଗୀତିକାର, ଲେଖକ ତଥା ସ୍ଥମ୍ଭକାର । କଳାକ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ତାଙ୍କୁ ଜୟଦେବ ପୁରସ୍କାର ସମେତ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଛି । ତାଙ୍କ ନିଧନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପିଏମ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ବଡ ବଡ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି ।
ପ୍ରଫୁଲ୍ଲ କରଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତିକି- “ଶ୍ରୀ କରଙ୍କ ନିଧନରେ ମୁଁ ଖୁବ ଦୁଃଖିତ । ଓଡ଼ିଆ ସଂସ୍କୃତି ଓ ସଂଗୀତ କ୍ଷେତ୍ରରେ ତାଙ୍କ ଅନନ୍ୟ ଯୋଗଦାନ ପାଇଁ ସେ ସବୁଦିନ ପାଇଁ ମନେ ରହିବେ । ଭିନ୍ନ ଭିନ୍ନ ଭୂମିକାକୁ ସଫଳତାର ସହ ନିଭେଇବା ପାଇଁ ତାଙ୍କୁ ଯେମିତି ଈଶ୍ବରଙ୍କ ଆଶୀର୍ବାଦ ମିଳିଥିଲା । ଆଉ ତାଙ୍କ ଅପ୍ରତିଦ୍ବନ୍ଦି ପ୍ରତିଭା ତାଙ୍କ କାର୍ଯ୍ୟଶୈଳୀରେ ବେଶ ପରିଲକ୍ଷିତ ହେଉଥିଲା । ତାଙ୍କ ପରିବାର ଓ ପ୍ରଶସଙ୍କ ମାନଙ୍କୁ ମୋର ସମବେଦନା । ଓଁ ଶାନ୍ତି ।”
ସେପଟେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏହି ସଂଗୀତକାରଙ୍କ ନିଧନ ପରେ ଶୋକ ବ୍ୟକ୍ତ କରି ଲେଖିଛନ୍ତି- “ମୁଁ ପ୍ରସିଦ୍ଧ ସଂଗୀତକାର ପ୍ରଫୁଲ୍ଲ କରଙ୍କ ନିଧନ ବାବଦରେ ଖବର ପାଇ ଖୁବ ଦୁଃଖିତ । ତାଙ୍କ ପରେ ଓଡ଼ିଆ ସଂଗୀତ ଦୁନିଆରେ ଯେମିତି ଏକ ଯୁଗର ଅନ୍ତ ଘଟିଛି । ଶ୍ରୀ କରଙ୍କର ଅଭିନ୍ନ ସଂଗୀତ ଉପସ୍ଥାପନ ଶୈଳୀ ସବୁଦିନ ପାଇଁ ଲୋକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଆସିଛି । ତାଙ୍କ ଶୋକ ସନ୍ତପ୍ତ ପରିବାର ପାଇଁ ମୁଁ ସମବେଦନା ଜଣାଉଛି ।”
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଶ୍ରୀ କରଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସମ୍ମାନର ସହିତ କରାଯିବ । ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଓ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଜ୍ୟସରକାରଙ୍କ ଦୁଇ ଜଣ ମନ୍ତ୍ରୀ ଉପସ୍ଥିତ ରହିବେ ।
ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…
ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…
ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…
ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…
ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…