ରାଜ୍ୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକ୍ଷେପର କଡ଼ା ଜବାବ ରଖିଲେ ମୁଖ୍ୟମନ୍ତ୍ରୀ, ମୋ ସ୍ବାସ୍ଥ୍ୟ ଚିନ୍ତା ନୁହେଁ, ପ୍ରଧାନମନ୍ତ୍ରୀଙ୍କର ଭୋଟ ଚିନ୍ତା

ସ୍ବାସ୍ଥ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକ୍ଷେପର କଡ଼ା ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ମୋ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ଅଛି । ପ୍ରଧାନମନ୍ତ୍ରୀ ଯଦି ଏତେ ଚିନ୍ତିତ ମୋତେ କଲ୍ କରିପାରିଥାନ୍ତେ । ମୋ ସ୍ବାସ୍ଥ୍ୟ ଚିନ୍ତା ନୁହେଁ, ପ୍ରଧାନମନ୍ତ୍ରୀଙ୍କର ଭୋଟ ଚିନ୍ତା ।

ଦଶବର୍ଷ ହେଲା ମୋ ସ୍ବାସ୍ଥ୍ୟକୁ ନେଇ ଚାଲିଛି ଗୁଜବ । କମିଟି ଗଠନ କରିବାର ଅଛି ତ ଗୁଜବ ସୃଷ୍ଟିକାରୀଙ୍କ ପାଇଁ କରାଯାଉ ବୋଲି ନବୀନ କହିଛନ୍ତି । ବାହାର ନେତାମାନେ ଆସି ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି । କଟୁ କଥା କହୁଛନ୍ତି । ଅଭଦ୍ର ଭାଷା ବ୍ଯବହାର କରୁଛନ୍ତି । ବିଶେଷକରି ମାଆମାନେ, ଯୁବବର୍ଗ ଏ ଅସମ୍ମାନର ଉଚିତ ଜବାବ ୧ ତାରିଖ ଭୋଟରେ ଦେବେ ବୋଲି ନବୀନ କହିଛନ୍ତି ।

ମୋ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍ ଅଛି । ଏତେ ଖରାରେ ସାରା ରାଜ୍ୟରେ ମୁଁ ପ୍ରଚାର କରୁଛି । ମୋଦିଙ୍କୁ କଡ଼ା ଜବାବ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ କମିଟି ଗଠନ କରିବା ନେଇ ମନ୍ତବ୍ୟରେ ରୋକଠୋକ ଉତ୍ତର ରଖିଛନ୍ତି ନବୀନ ।

କହିଛନ୍ତି, କମିଟି ଗଠନ କରିବାର ଅଛି ତ ଗୁଜବ ସୃଷ୍ଟିର କାରଣ ପାଇଁ କରାଯାଉ ।  ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କର ଏହା ଏକ ଚାଲ । ଆଜି ବାରିପଦା, ବାଲେଶ୍ବର ଜନସଭାରେ ମୋଦି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ବର୍ଷେ ହେଲା ଅଚାନକ ଅବନତି ଘଟିଛି । ବହୁତ ଖରାପ ହୋଇଛି । ଏହାର କାରଣ ଖୋଜିବାକୁ ବିଜେପି ସରକାର ଆସିଲେ ଏକ ସ୍ବତନ୍ତ୍ର କମିଟି ଗଠନ କରିବୁ । ଏହା ଉପରେ ମୁଖ୍ୟମନ୍ତ୍ରୀ କଡା ଜବାବ ରଖିଛନ୍ତି ।

ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ବନ୍ୟା, ବାତ୍ୟା, କୋଭିଡ ମୁକାବିଲା ସବୁବେଳେ ଓଡ଼ିଶାବାସୀଙ୍କ ସାଥୀରେ ରହିଛି । ଶେଷ ଯାଏ ଛିଡା ହୋଇ ରହିଥିବି । ମିଶନ ଶକ୍ତିର ମାଆଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି । ଯୁବଶକ୍ତିଙ୍କ ହିଁ ଦେଶରେ ଓଡ଼ିଶାକୁ ନମ୍ବର ୱାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗତକାଲି ଅପପ୍ରଚାର ବିରୋଧରେ ଗର୍ଜିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟେବୁଲରେ ହାତ ବାଡ଼େଇ ଜବାବ ରଖିଥିଲେ । ହାତ ଥରିବା ନେଇ ଭାଇରାଲ ଭିଡିଓ ଉପରେ ନବୀନ କହିଥିଲେ ଅପ୍ରସଙ୍ଗକୁ ପ୍ରସଙ୍ଗ କରିଥାଏ ବିଜେପି । ସେମାନେ ମୋ ହାତ ବିଷୟରେ ଚର୍ଚ୍ଚା କରିଛନ୍ତି । ଏହା ଫଳପ୍ରଦ ହେବ ନାହିଁ ବୋଲି କହିଥିଲେ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago