ରାଜ୍ୟ

ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସକୁ ମାଡି ବସିଲା ଅବକାରୀ ପୋଲିସ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପୁଣିଥରେ ସାମ୍ନାକୁ ଆସିଛି ଖାକି ବର୍ଦିରେ କଳା । ବୌଦ୍ଧ ଥାନା ଅନ୍ତର୍ଗତ ଦେବଗଡ଼ ଗ୍ରାମ ନିକଟରୁ ଗତକାଲି ରାତିରେ ଏକ କାରରେ ଚୋରା ଚାଲାଣ ହେଉଥିବା ୫୮କେଜି ଗଞ୍ଜେଇ ସହ ଜଣେ ପୋଲିସ DVF ଯବାନ କୁ ଗିରଫ କରିଛି ଅବକାରୀ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ବୌଦ୍ଧ ପୋଲିସ ବିଭାଗ ଅଧୀନରେ କାର୍ଯ୍ୟରତ ଜଣେ DVF ଯବାନ ବୋଲି ଜଣାପଡ଼ିଛି ।

ସେ ନିଜେ କାର ଚଳାଇ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଧରା ପଡିଛନ୍ତି  l ଅବକାରୀ ପୋଲିସ ଚୋରା ଚାଲାଣରେ ବ୍ୟବହୃତ କାର ଏବଂ ସେଥିରେ ଥିବା ଗଞ୍ଜେଇକୁ ଜବତ କରିବା ସହିତ ଅଭିଯୁକ୍ତ ଡିଙ୍ଗର ମାଝୀ ନାମକ ଜଣେ DVF ଯବାନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ପ୍ରକାରେ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହେବାକୁ ଥିବା ସୂଚନା ପାଇ ବୌଦ୍ଧ ପୋଲିସ,ଅବକାରୀ ବିଭଗ ଓ ଆଞ୍ଚଳିକ ପରିବହନ ବିଭାଗ ସମନ୍ୱୟରେ ଗଠିତ ଏକ ଟିମ ଲାଣ୍ଡିବନ୍ଧ ଗ୍ରାମ ନିକଟରେ ଛକି ରହିଥିଲେ  l ସୂଚନା ମୁତାବକ ସେହିବାଟ ଦେଇ ଯାଉଥିବା OR 02 BY 2033 ନମ୍ବର କାରକୁ ପିଛା କରି ଦେବଗଡ଼ ଗ୍ରାମ ନିକଟରୁ ଧରିଥିଲେ  l

କାର ତଲାସୀ କରିବାରେ ସେଥିରୁ 58 କେଜି 300 ଗ୍ରାମ ଗଞ୍ଜାଇ ବାହାରିଥିଲା  l ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ଲକ୍ଷ ୮୩ହଜାର ହେବ ବୋଲି କୁହାଯାଉଛି । କାର ଓ ଗଞ୍ଜାଇ ଜବତ କରାଯିବା ସହ DVF ଯବାନ ଡିଙ୍ଗର ମାଝୀଙ୍କୁ ଗିରଫ କରାଯାଇଛି  l ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି  l

Niharanjan

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

2 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

15 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

18 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

38 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago