ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସକୁ ମାଡି ବସିଲା ଅବକାରୀ ପୋଲିସ
ବୌଦ୍ଧ ଜିଲ୍ଲାରେ ପୁଣିଥରେ ସାମ୍ନାକୁ ଆସିଛି ଖାକି ବର୍ଦିରେ କଳା । ବୌଦ୍ଧ ଥାନା ଅନ୍ତର୍ଗତ ଦେବଗଡ଼ ଗ୍ରାମ ନିକଟରୁ ଗତକାଲି ରାତିରେ ଏକ କାରରେ ଚୋରା ଚାଲାଣ ହେଉଥିବା ୫୮କେଜି ଗଞ୍ଜେଇ ସହ ଜଣେ ପୋଲିସ DVF ଯବାନ କୁ ଗିରଫ କରିଛି ଅବକାରୀ ପୋଲିସ ।

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପୁଣିଥରେ ସାମ୍ନାକୁ ଆସିଛି ଖାକି ବର୍ଦିରେ କଳା । ବୌଦ୍ଧ ଥାନା ଅନ୍ତର୍ଗତ ଦେବଗଡ଼ ଗ୍ରାମ ନିକଟରୁ ଗତକାଲି ରାତିରେ ଏକ କାରରେ ଚୋରା ଚାଲାଣ ହେଉଥିବା ୫୮କେଜି ଗଞ୍ଜେଇ ସହ ଜଣେ ପୋଲିସ DVF ଯବାନ କୁ ଗିରଫ କରିଛି ଅବକାରୀ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ବୌଦ୍ଧ ପୋଲିସ ବିଭାଗ ଅଧୀନରେ କାର୍ଯ୍ୟରତ ଜଣେ DVF ଯବାନ ବୋଲି ଜଣାପଡ଼ିଛି ।
ସେ ନିଜେ କାର ଚଳାଇ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଧରା ପଡିଛନ୍ତି l ଅବକାରୀ ପୋଲିସ ଚୋରା ଚାଲାଣରେ ବ୍ୟବହୃତ କାର ଏବଂ ସେଥିରେ ଥିବା ଗଞ୍ଜେଇକୁ ଜବତ କରିବା ସହିତ ଅଭିଯୁକ୍ତ ଡିଙ୍ଗର ମାଝୀ ନାମକ ଜଣେ DVF ଯବାନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ପ୍ରକାରେ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହେବାକୁ ଥିବା ସୂଚନା ପାଇ ବୌଦ୍ଧ ପୋଲିସ,ଅବକାରୀ ବିଭଗ ଓ ଆଞ୍ଚଳିକ ପରିବହନ ବିଭାଗ ସମନ୍ୱୟରେ ଗଠିତ ଏକ ଟିମ ଲାଣ୍ଡିବନ୍ଧ ଗ୍ରାମ ନିକଟରେ ଛକି ରହିଥିଲେ l ସୂଚନା ମୁତାବକ ସେହିବାଟ ଦେଇ ଯାଉଥିବା OR 02 BY 2033 ନମ୍ବର କାରକୁ ପିଛା କରି ଦେବଗଡ଼ ଗ୍ରାମ ନିକଟରୁ ଧରିଥିଲେ l
କାର ତଲାସୀ କରିବାରେ ସେଥିରୁ 58 କେଜି 300 ଗ୍ରାମ ଗଞ୍ଜାଇ ବାହାରିଥିଲା l ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ଲକ୍ଷ ୮୩ହଜାର ହେବ ବୋଲି କୁହାଯାଉଛି । କାର ଓ ଗଞ୍ଜାଇ ଜବତ କରାଯିବା ସହ DVF ଯବାନ ଡିଙ୍ଗର ମାଝୀଙ୍କୁ ଗିରଫ କରାଯାଇଛି l ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି l