ରାଜ୍ୟ

ପ୍ରେମିକ ସହ କଥା ହେବା ବେଳେ ଯୁବତୀଙ୍କ ଜୋର ଜବରଦସ୍ତ ଉଠାଇନେଇ କଲେ ନଗ୍ନ ଭିଡିଓ, ବ୍ଲାକ ମେଲିଂ କରିଥିବା ବେଳେ ମାଡି ବସିଲା ପୋଲିସ

ଜୟପୁର(କେନ୍ୟୁଜ୍):  ଏକାନ୍ତରେ ମନୋରଞ୍ଜନ କେତେବେଳେ ବି ଆପଣଙ୍କ ପାଇଁ ବିପଦ ଡାକିପାରେ । ଏକଥା ଆମେ ଏଥିପାଇଁ କହୁଛୁ ଯେ ନିଛାଟିଆରେ ବାର୍ତ୍ତାଳାପ ବେଳେ ଫସିଛନ୍ତି ଜଣେ ଯୁବକ ଯୁବତୀ । ଏ ଘଟଣା ଜୟପୁର ସହରରେ ଘଟିଛି। ନିରୋଳାରେ ମନୋରଞ୍ଜନ ପାଇଁ ଯାଇଥିବା ଦୁଇଜଣ ଯୁବକ ଯୁବତୀଙ୍କୁ କିଛି ଅସାମାଜିକ ଯୁବକ ଏକାନ୍ତରେ ସୁଯୋଗ ପାଇ ଯୁବତୀଙ୍କୁ କାବୁକରି ନଗ୍ନ କରିଥିଲେ । ଆଉ ନଗ୍ନ ଭିଡିଓ କରି ଧମକ ଦେଲେ । ଆଉ ସେଇ ନଗ୍ନ ଭିଡିଓ ଦେଖାଇ ପଚାଶ ହଜାର ଟଙ୍କା ଦାବି କରିଥିଲେ ।

 ସାତ ହଜାର ଟଙ୍କା ଦେଇ ଯୁବକ ଯୁବତୀ ଫେରିଥିଲେ ଆଉ ଆଜି ବଳକା ପଇସା ଫେରେଇବା ବେଳେ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣ । ସେମାନଙ୍କ ଠାରୁ ଟଙ୍କା ଓ ଉକ୍ତ ଅଶ୍ଳୀଳ ଭିଡିଓ ଥିବା ମୋବାଇଲ ଜବତ କରଛି ପୋଲିସ ।ତେବେ ଜୟପୁର ସହରରେ ଏଭଳି ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ ଯୁବକ ଯୁବତୀଙ୍କ ଏଭଳି ଏକାନ୍ତ ସ୍ଥାନକୁ ଯିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠୁଛି।  ସବୁଠାରୁ ବଡ଼ କଥା ହେଉଛି ଯୁବତୀ ଜଣକ ଜୟପୁର ଟାଉନଥାନାରେ ଅଭିଯୋଗ ଦବା ତାଙ୍କ ସାହସର ପରିଚୟ ଦେଇଛି । ସେପଟେ ଘଟଣାରେ ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା କହିଛନ୍ତି ଯେ ଘଟଣାରେ ୫ ଜଣ ଗିରଫ ସହ ଏଭଳି ଅସାମାଜିକ ଗୋଷ୍ଠୀ ଉପରେ ଆଗାମୀ ଦିନରେ ସ୍ପେଶାଲ ରେଡ କରାଯିବ ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

4 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

23 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

31 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

48 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago