ଗଞ୍ଜାମ(କେନ୍ୟୁଜ୍): ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ହତ୍ୟା ମାମଲାର ସାତ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା କେ-ନୂଆଗାଁ ପୋଲିସ। ଗିରଫ ପରେ ଘଟଣା ଘଟାଇବା ଦିନର ଡେମୋ ଦେଖାଇବା ପାଇଁ ଅଭିଯୁକ୍ତ ପ୍ରକାଶ ବେହେରାଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚିଛି ପୋଲିସ । ଗଂଜାମ ଜିଲ୍ଲା କେ-ନୁଆଗାଁ ଥାନା ଦେଖାଳି ଗାଁରେ ଘଟିଥିଲା ଏହି ଘଟଣା । ଏସ୍ ପି ପିନାକ ମିଶ୍ରଙ୍କ ନେତୃତ୍ଵରେ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଠାରୁ ଘଟଣା ପଚାରି ବୁଝିଥିଲେ ।
ମଇ ୧୦ ତାରିଖରେ ଗଂଜାମ ଜିଲ୍ଲା କେ-ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ନିକଟରେ ଥିବା କଣ୍ଟେଇଝୋଳି ନଦୀ ପଠାରୁ ପ୍ରମୋଦିନୀ ନାୟକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ମାଆଙ୍କ ସହ ଝିଅ ଜମିକୁ ଯାଇଥିବା ବେଳେ ମାଙ୍କୁ ଛାଡି ପ୍ରମୋଦିନି ନଦୀକୁ ଗାଧୋଇବାକୁ ଯାଇଥିଲା । ହଠାତ୍ ଝିଅର ଚିତ୍କାର ଶୁଣି ମାଆ ନଦୀରେ ପହଞ୍ଚି ଯାଇ ଦେଖିବାକୁ ପାଇଥିଲା ଝିଅର ମୃତ ଦେହ ନଦୀ କୂଳରେ ପଡିଛି । ଏହା ପରେ ପ୍ରମୋଦିନୀଙ୍କ ମା’ କେ-ନୂଆଗାଁ ଥାନାରେ ଏତଲା ଦେଇଥିଲେ ।
ପୋଲିସ ପହଞ୍ଚି ପ୍ରଥମେ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । କିନ୍ତୁ ପୋଷ୍ଟ ମର୍ଟମ୍ ରିପୋର୍ଟରେ ହତ୍ୟା କରାଯାଇଥିବା ଦର୍ଶାଯାଇଥିଲା । ତେବେ ଆଜି ପର୍ଯ୍ୟନ୍ତ ଆସାମୀକୁ ଗିରଫ କରାଯାଇ ପାରିନଥିଲା।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…
ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…
ଭାରତୀୟ ଟିମ୍ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…
ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…
ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…