Below header

ଗଞ୍ଜାମ: ବଡ ଅଧିକାରୀଙ୍କୁ ଗୁହାରୀ ପରେ ମା’କୁ ମିଳିଲା ନ୍ୟାୟ, ଝିଅ ହତ୍ୟାର ୭ ମାସ ପରେ ଅଭିଯୁକ୍ତକୁ ଗିରଫ କଲା କେ-ନୂଆଗାଁ ଥାନା ପୋଲିସ

ଗଞ୍ଜାମ(କେନ୍ୟୁଜ୍): ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ହତ୍ୟା ମାମଲାର ସାତ ମାସ ପରେ  ଅଭିଯୁକ୍ତକୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା କେ-ନୂଆଗାଁ ପୋଲିସ। ଗିରଫ ପରେ ଘଟଣା ଘଟାଇବା ଦିନର  ଡେମୋ ଦେଖାଇବା ପାଇଁ ଅଭିଯୁକ୍ତ ପ୍ରକାଶ ବେହେରାଙ୍କୁ ଧରି  ଘଟଣା ସ୍ଥଳରେ ପହଞ୍ଚିଛି ପୋଲିସ । ଗଂଜାମ ଜିଲ୍ଲା କେ-ନୁଆଗାଁ ଥାନା ଦେଖାଳି ଗାଁରେ ଘଟିଥିଲା ଏହି ଘଟଣା । ଏସ୍ ପି ପିନାକ ମିଶ୍ରଙ୍କ ନେତୃତ୍ଵରେ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଠାରୁ ଘଟଣା ପଚାରି ବୁଝିଥିଲେ ।

ganjam 2

ମଇ ୧୦ ତାରିଖରେ ଗଂଜାମ ଜିଲ୍ଲା କେ-ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ନିକଟରେ ଥିବା କଣ୍ଟେଇଝୋଳି ନଦୀ ପଠାରୁ ପ୍ରମୋଦିନୀ ନାୟକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।  ମାଆଙ୍କ ସହ ଝିଅ  ଜମିକୁ ଯାଇଥିବା ବେଳେ  ମାଙ୍କୁ ଛାଡି ପ୍ରମୋଦିନି ନଦୀକୁ ଗାଧୋଇବାକୁ ଯାଇଥିଲା । ହଠାତ୍ ଝିଅର ଚିତ୍କାର ଶୁଣି ମାଆ ନଦୀରେ ପହଞ୍ଚି ଯାଇ ଦେଖିବାକୁ ପାଇଥିଲା ଝିଅର ମୃତ ଦେହ ନଦୀ କୂଳରେ ପଡିଛି । ଏହା ପରେ ପ୍ରମୋଦିନୀଙ୍କ ମା’ କେ-ନୂଆଗାଁ ଥାନାରେ  ଏତଲା ଦେଇଥିଲେ ।

ପୋଲିସ ପହଞ୍ଚି ପ୍ରଥମେ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । କିନ୍ତୁ ପୋଷ୍ଟ ମର୍ଟମ୍ ରିପୋର୍ଟରେ ହତ୍ୟା କରାଯାଇଥିବା ଦର୍ଶାଯାଇଥିଲା । ତେବେ ଆଜି ପର୍ଯ୍ୟନ୍ତ ଆସାମୀକୁ ଗିରଫ କରାଯାଇ ପାରିନଥିଲା।

ଏହାକୁ ନେଇ ପ୍ରମୋଦିନୀଙ୍କ ମା’ ଏସ୍ ପି, ଡି ଆଇ ଜି  ଏବଂ ଭୁବନେଶ୍ବର ଯାଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଭେଟି ନ୍ୟାୟ ପ୍ରଦାନ କରିବା ପାଇଁ ଦାବୀ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.