ମହଙ୍ଗା କ୍ରିମ ବଦଳରେ ଆପଣାନ୍ତୁ ଏହି ଘରୋଇ ଟ୍ରିକ, ମାତ୍ର କିଛି ଦିନରେ ଉଭେଇ ଯିବ ସ୍ଟ୍ରେଚ ମାର୍କ

ବିଭିନ୍ନ କାରଣରୁ ମହିଳାଙ୍କ ଶରୀରରେ ବିଭିନ୍ନ ସମୟରେ ଷ୍ଟ୍ରେଚ ମାର୍କ ପଡ଼ିଯାଏ । କେବଳ ପ୍ରେଜେନ୍ସି ପରେ ଷ୍ଟ୍ରେଚ ମାର୍କ ପଡୁଥିବା ନେଇ ସାଧାରଣରେ ଧାରଣା ଥିବା ବେଳେ କିନ୍ତୁ ପ୍ରକୃତରେ ଏହା ଭୁଲ । ଡାକ୍ତରଙ୍କ ଅନୁଯାୟୀ ଓଜନ ହ୍ରାସ ବୃଦ୍ଧି, ଶରୀରରେ ପରିବର୍ତ୍ତନ, ଉଚ୍ଚତା ବୃଦ୍ଧି, ଡେଲିଭରି ପର ମୁହୂର୍ତ୍ତରେ ବା କୌଣସି ପ୍ରକାର ହର୍ମୋନ ପରିବର୍ତ୍ତନ ହେଲେ ମଧ୍ୟ ଶରୀରରେ ଷ୍ଟ୍ରେଚ ମାର୍କ ପଡ଼ି଼ ଯାଇପାରେ । ଏମିତିକି କିଛି କିଛି ଔଷଧ କାରଣରୁ ବି କୋଲାଜେନ ପ୍ରଡକ୍ସନରେ ପ୍ରଭାବ ପଡି ତ୍ୱଚା ଉପରେ ଏପରି ଦାଗ ପଡ଼ିଯାଇ ପାରେ । କିନ୍ତୁ ଜାଣନ୍ତିକି କିଛି ଘରୋଇ ଟିପ୍ସ ବ୍ୟବହାର କରି ଆପଣ ନିଜ ଷ୍ଟ୍ରେଚ ମାର୍କକୁ ହଟାଇ ଦେଇପାରିବେ । ତେବେ ଜାଣି ରଖନ୍ତୁ ଏବାବଦରେ;

ସାମଗ୍ରୀ:

ଏଲୋଭେରା ଜେଲ: ୨ ଚାମଚ

ଭିଟାମିନ E କ୍ୟାପସୁଲ

ନଡ଼ିଆ ତେଲ- ଗୋଟେ ଚାମଚ

stretch mark

କେମିତି କରିବେ ବ୍ୟବହାର:

ଗୋଟେ ପାତ୍ରରେ ଉପରୋକ୍ତ ସମସ୍ତ ସାମଗ୍ରୀ ଗୁଡିକୁ ନେଇ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଯେମିତି ଏହି ପେଷ୍ଟଟି ବହଳିଆ ହୋଇଥିବ । ଆଉ ସଂଗେ ସଂଗେ ପ୍ରସ୍ତୁତ କରି ବ୍ୟବହାର କଲେ ଅଧିକ ଲାଭ ମିଳିଥାଏ ।

ଏବେ ଏହି ପେଷ୍ଟ ଟିକୁ ନିଜ ମାର୍କସ ଉପରେ ୧୦ରୁ ୧୫ ମିନିଟ ପାଇଁ ଧୀରେ ଧୀରେ ମାଲିସ କରନ୍ତୁ । ରାତି ସାରା ଛାଡି ଦିଅନ୍ତୁ । ଆଉ ସକାଳୁ ଉଠି ସାଧା ପାଣିରେ ଗାଧୋଇ ପଡନ୍ତୁ । ଦିନରେ ୩ ରୁ ୪ ଥର ଏପରି କଲେ ଅଧିକ ଲାଭ ମିଳିଥାଏ । କିଛି ଦିନ ଭିତରେ ଲକ୍ଷ କରିବେ ଆପଣଙ୍କ ଦାଗ କୁଆଡେ ଉଭେଇ ଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.