ଚାନ୍ଦବାଲି(କେନ୍ୟୁଜ୍): ଠେଲାପେଲା ହୋହାଲ୍ଲା ବହୁ ଅବ୍ୟବସ୍ଥା ଭିତରେ ହଜାର ହଜାର ବୋଲବମ ଭକ୍ତ ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଜଲଲାଗି କରିଛନ୍ତି। ଆଜି ଥିଲା ଶ୍ରାବଣ ସୋମବାର। ମହାଦେବଙ୍କ ଉପରେ ଜଳ ଲାଗି କରିବାକୁ ହଜାର ହଜାର ବୋଲବମ ଭକ୍ତଙ୍କ ଭିଡ଼ ଲାଗିଥିଲା ପୀଠରେ। ରବିବାର ରାତି ଠାରୁ ଭକ୍ତ ମାନେ ବ୍ୟାରିକେଡ଼ରେ ଲାଇନ ଦେଇ ଆସିଥିଲେ। ହେଲେ ପୋଲିସ ବାବୁଙ୍କ କାର୍ଯ୍ୟରେ ଢିଲା ଯୋଗୁ ଭକ୍ତ ଭକ୍ତଙ୍କ ଭିତରେ ଠେଲାପେଲା ଲାଗି ବ୍ୟାରିକେଡ଼ ଭାଙ୍ଗିଥିଲା।
ପୋଲିସ ପହଞ୍ଚି ଭକ୍ତଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତାହାସହ ରବିବାର ରାତିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଭକ୍ତ ଆହତ ହୋଇଥୁବା ବେଳେ ପୋଖରୀରେ ପଡି ଆଉ ଜଣେ ଭକ୍ତ ଆହତ ହୋଇଥିଲେ। ତାହାସହ ସାଧାରଣ ଭକ୍ତମାନଙ୍କ ଗାଡିକୁ ପୋଲିସ ପୀଠରୁ ତିନି କିଲୋମିଟର ଦୂରରୁ ଅଟକାଇବାରୁ ଭକ୍ତ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…