Below header

 ଆରଡ଼ି ପୀଠରେ ଅବ୍ୟବସ୍ଥା: ଭାଙ୍ଗିଲା ବ୍ୟାରିକେଡ଼, ବୋଲବମ ଭକ୍ତଙ୍କୁ ମାଡ଼ମାରିଲା ପୋଲିସ

ମହାଦେବଙ୍କ ଉପରେ ଜଳ ଲାଗି କରିବାକୁ ହଜାର ହଜାର ବୋଲବମ ଭକ୍ତଙ୍କ ଭିଡ଼ ଲାଗିଥିଲା ପୀଠରେ।  ରବିବାର ରାତି ଠାରୁ ଭକ୍ତ ମାନେ ବ୍ୟାରିକେଡ଼ରେ ଲାଇନ ଦେଇ ଆସିଥିଲେ। ହେଲେ ପୋଲିସ ବାବୁଙ୍କ କାର୍ଯ୍ୟରେ ଢିଲା ଯୋଗୁ ଭକ୍ତ ଭକ୍ତଙ୍କ ଭିତରେ ଠେଲାପେଲା ଲାଗି ବ୍ୟାରିକେଡ଼ ଭାଙ୍ଗିଥିଲା।

ଚାନ୍ଦବାଲି(କେନ୍ୟୁଜ୍): ଠେଲାପେଲା ହୋହାଲ୍ଲା ବହୁ ଅବ୍ୟବସ୍ଥା ଭିତରେ ହଜାର ହଜାର ବୋଲବମ ଭକ୍ତ ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ  ଜଲଲାଗି କରିଛନ୍ତି। ଆଜି ଥିଲା ଶ୍ରାବଣ ସୋମବାର। ମହାଦେବଙ୍କ ଉପରେ ଜଳ ଲାଗି କରିବାକୁ ହଜାର ହଜାର ବୋଲବମ ଭକ୍ତଙ୍କ ଭିଡ଼ ଲାଗିଥିଲା ପୀଠରେ।  ରବିବାର ରାତି ଠାରୁ ଭକ୍ତ ମାନେ ବ୍ୟାରିକେଡ଼ରେ ଲାଇନ ଦେଇ ଆସିଥିଲେ। ହେଲେ ପୋଲିସ ବାବୁଙ୍କ କାର୍ଯ୍ୟରେ ଢିଲା ଯୋଗୁ ଭକ୍ତ ଭକ୍ତଙ୍କ ଭିତରେ ଠେଲାପେଲା ଲାଗି ବ୍ୟାରିକେଡ଼ ଭାଙ୍ଗିଥିଲା।

ପୋଲିସ ପହଞ୍ଚି ଭକ୍ତଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତାହାସହ ରବିବାର ରାତିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଭକ୍ତ ଆହତ ହୋଇଥୁବା ବେଳେ ପୋଖରୀରେ ପଡି ଆଉ ଜଣେ ଭକ୍ତ ଆହତ ହୋଇଥିଲେ। ତାହାସହ ସାଧାରଣ ଭକ୍ତମାନଙ୍କ ଗାଡିକୁ ପୋଲିସ ପୀଠରୁ ତିନି କିଲୋମିଟର ଦୂରରୁ ଅଟକାଇବାରୁ ଭକ୍ତ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.