ହିନ୍ଦୀ ଭାଷାର ବିସ୍ତାର ପାଇଁ ମିଳିତ ଜାତିସଂଘକୁ ୧ ନିୟୁତ ଆମେରିକୀୟ ଡଲାର ଦାନ କଲା ଭାରତ

ମିଳିତ ଜାତିସଂଘରେ ହିନ୍ଦୀ ଭାଷାର ବିସ୍ତାର ପାଇଁ ଭାରତ ଜାତିସଂଘର ଗ୍ଲୋବାଲ କମ୍ୟୁନିକେସନ୍ (ବିଶ୍ୱ ସଂଚାର) ବିଭାଗକୁ ୧୦ ଲକ୍ଷ ଆମେରିକୀୟ ଡଲାର ଦାନ କରିଛି।

ମିଳିତ ଜାତିସଂଘରେ ହିନ୍ଦୀ ଭାଷାର ବିସ୍ତାର ପାଇଁ ଭାରତ ଜାତିସଂଘର ଗ୍ଲୋବାଲ କମ୍ୟୁନିକେସନ୍ (ବିଶ୍ୱ ସଂଚାର) ବିଭାଗକୁ ୧୦ ଲକ୍ଷ ଆମେରିକୀୟ ଡଲାର ଦାନ କରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ରୁଚିରା କମ୍ବୋଜ ସୋମବାର ଗ୍ଲୋବାଲ କମ୍ୟୁନିକେସନ୍ ବିଭାଗର ସେକ୍ରେଟେରୀ ଜେନେରାଲ୍ ମେଲିସା ଫ୍ଲେମିଙ୍ଗଙ୍କୁ ୧,୦୦୦,୦୦୦ (୧ ନିୟୁତ/ ୧୦ ଲକ୍ଷ) ଆମେରିକୀୟ ଡଲାରର ଏକ ଚେକ୍ ପ୍ରଦାନ କରିଛନ୍ତି।

ସୂଚନାଥାଉ କି, ଜାତିସଂଘର ସାର୍ବଜନିକ ସୂଚନା ବିଭାଗର ସହଯୋଗରେ ‘ହିନ୍ଦୀ @ ୟୁଏନ୍‌ ପରିଯୋଜନା’ ୨୦୧୮ରେ ଆରମ୍ଭ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ହିନ୍ଦୀ ଭାଷାରେ ଜାତିସଂଘର ସାର୍ବଜନୀନ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ସମସ୍ୟା ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା।

ହିନ୍ଦୀରେ ମିଳିତ ଜାତିସଂଘ ସମାଚାର ନିମ୍ନଲିଖିତ ପ୍ଲାଟଫର୍ମ ମାଧ୍ୟମରେ ପ୍ରସାରିତ ହୋଇଥାଏ।

– ମିଳିତ ଜାତିସଂଘ ସମାଚାର ୱେବସାଇଟ୍ (https://news.un.org/hi/)

– ଟ୍ୱିଟର @UninHindi

– ଇନ୍‌ଷ୍ଟାଗ୍ରାମ “unitednationshindi”

– ମିଳିତ ଜାତିସଂଘ ଫେସବୁକ୍ ହିନ୍ଦୀ ପେଜ୍‌

– ଏକ ସାପ୍ତାହିକ ମିଳିତ ଜାତିସଂଘ ସମାଚାର-ହିନ୍ଦୀ ଅଡିଓ ବୁଲେଟିନ୍ (https://soundcloud.com/un-news-hindi)

କହି ରଖୁଛୁ, ଟ୍ଵିଟରରେ ୫୦,୦୦୦, ଇନଷ୍ଟାଗ୍ରାମରେ ୨୯,୦୦୦ ଏବଂ ଫେସବୁକରେ ୧୫,୦୦୦ ଫଲୋୟର୍ସ ସହିତ ୟୁଏନ୍‌ ହିନ୍ଦୀ ସୋସିଆଲ ମିଡିଆ ଆକାଉଣ୍ଟଗୁଡିକ ପ୍ରତିବର୍ଷ ପାଖାପାଖି ୧୦୦୦ ପୋଷ୍ଟ ପ୍ରକାଶିତ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.