Below header

ମାର୍ଶାଘାଇରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରତାପ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ: ୬ ଅଭିଯୁକ୍ତ ଗିରଫ

ପ୍ରତାପ ସାହୁ ଓରଫ ବିଭୁ ହତ୍ୟାରେ ପାଖାପାଖି ଦେଢ଼ ମାସ ପରେ ମୁଖ୍ୟ ଅଭିଯୁକ୍ତ ଅମିତ ପ୍ରଧାନ ଓ ୫ ସହଯୋଗୀ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ରାଜ୍ୟ ଓ ବାହାରେ ୩ଟି ଟିମ୍‌ ତନାଘନା ତଦନ୍ତ କରୁଥିଲା ।

ମାର୍ଶାଘାଇ(କେନ୍ୟୁଜ୍): ମେ’ ମାସରେ ଅପହରଣ ଓ ହତ୍ୟା । ଜୁଲାଇରେ ଘଟଣାର ପର୍ଦ୍ଦାଫାସ । ୬ ଅଭିଯୁକ୍ତ ଗିରଫ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରତାପ ସାହୁ ଓରଫ ବିଭୁ ହତ୍ୟାରେ ପାଖାପାଖି ଦେଢ଼ ମାସ ପରେ ମୁଖ୍ୟ ଅଭିଯୁକ୍ତ ଅମିତ ପ୍ରଧାନ ଓ ୫ ସହଯୋଗୀ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ରାଜ୍ୟ ଓ ବାହାରେ ୩ଟି ଟିମ୍‌ ତନାଘନା ତଦନ୍ତ କରୁଥିଲା । ଅପହରଣରେ ବ୍ୟବହୃତ ଦୁଇଟି କାର ଓ ୩ଟି ବାଇକ ଜବତ କରିଛି ମାର୍ଶାଘାଇ ପୋଲିସ । ମେ ୩୧ ତାରିଖରେ ପ୍ରଦୀପ ସାହୁକୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ହତ୍ୟା କରି ଯାଜପୁର ଜିଲ୍ଲା ଟମକା ଥାନା ଏରିଆ କାଜୁ ଜଙ୍ଗଲରେ ପୋଡି ଦେଇଥିଲେ ।

ବିଭୁଙ୍କ ପତ୍ନୀ ସୌଦାମିନୀ ଅଭିଯୋଗ କରିଥିଲେ, ଗାଁ ପୋଖରୀ ତୁଠରେ ବସିଥିବା ବେଳେ ସନ୍ଧ୍ୟାରେ ତାଙ୍କ ସ୍ୱାମୀଙ୍କୁ ମୁଖା ପିନ୍ଧା ଦୁର୍ବୃତ୍ତ କାର୍‌ ଓ ବାଇକରେ ଆସି ଅପହରଣ କରି ନେଇଥିଲେ । ଜୁନ ୧ ତାରିଖରେ ଯାଜପୁର ଟମକା ଥାନା ରଥପଡା ଅଞ୍ଚଳର କାଜୁ ଜଙ୍ଗଲରୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା । ମୃତଦେହ ବାମ ଆଖିରୁ ପ୍ଲାଷ୍ଟିକ ଲେନ୍ସ ବାହାରିବା ପରେ ଏହା ବିଭୁଙ୍କର ବୋଲି ସ୍ପଷ୍ଟ ହୋଇଥିଲା । ଅପହରଣ ଓ ହତ୍ୟା ମାମଲା ରୁଜୁ କରି ତନାଘନା ତଦନ୍ତ ଚଳାଇଥିଲା ପୋଲିସ ।

ମହାକାଳପଡ଼ା ଥାନା ଅଞ୍ଚଳ ମଙ୍ଗଳପୁରର ଏକ ଇଟାଭାଟି ନିକଟରେ ବିଭୁକୁ ତଣ୍ଟି ଚିପି ହତ୍ୟା କରିଥିଲେ । କୋଦାଳ ବେଣ୍ଟରେ ବାଡେଇ ଭାଙ୍ଗିଥିଲେ ଗୋଡ ହାତ । ପରେ କାର ଡିକିରେ ପୂରାଇ ଯାଜପୁର ଜିଲ୍ଲା ରଥପଡା ନିକଟ କାଜୁ ଜଙ୍ଗଲରେ ପେଟ୍ରୋଲ ଢାଳି ପୋଡି ଦେଇଥିଲେ ମୃତଦେହ । ଫେରାର ଥିବା ୧୨ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କେନ୍ଦ୍ରାପଡ଼ା ଏସ୍‌ପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.