୧୫ତମ କେରଳ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାଗ ନେବ ‘ଦି ସି ଆଣ୍ଡ ସେଭେନ ଭିଲେଜେସ୍‌’, ନିର୍ଦ୍ଦେଶନା ଦେଇଛନ୍ତି ହିମାଂଶୁ ଖଟୁଆ

ଭାରତର ଅନ୍ୟତମ ପ୍ରସିଦ୍ଧ ୧୫ତମ କେରଳ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଦି ସି ଆଣ୍ଡ ସେଭେନ ଭିଲେଜେସ୍‌ ଲଙ୍ଗ ଡକୁମେଣ୍ଟାରୀ ଫିଲ୍ମ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଛି।

କେନ୍ୟୁଜ୍(ବ୍ୟୁରୋ): ୧୫ତମ କେରଳ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାଗ ନେବ ଦ ସି ଆଣ୍ଡ ସେଭେନ ଭିଲେଜେସ୍‌। ଭାରତର ଅନ୍ୟତମ ପ୍ରସିଦ୍ଧ ୧୫ତମ କେରଳ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଦି ସି ଆଣ୍ଡ ସେଭେନ ଭିଲେଜେସ୍‌ ଲଙ୍ଗ ଡକୁମେଣ୍ଟାରୀ ଫିଲ୍ମ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଛି।

ଓଡ଼ିଶାର ସୁନାମଧନ୍ୟ ଜାତୀୟ ପୁରସ୍କାର ପ୍ରାପ୍ତ ତଥା ସତ୍ୟଜିତ ରାୟ ଚଳଚ୍ଚିତ୍ର ଅନୁଷ୍ଠାନର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦେଶିତ ଓ କାଦମ୍ବିନୀ ମିଡିଆ ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର The sea and seven villages। କିଟ, କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିବେଦିତ ତଥା ଡ. ଇତି ସାମନ୍ତଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ର ପରିବେଶ ପରିବର୍ତ୍ତନକୁ ନେଇ ପର୍ଯ୍ୟବେସିତ।