Below header

ଖାସମାଲ ଜମିର ରେକର୍ଡକୁ ସ୍ଥିତିବାନ ରେକର୍ଡରେ ପରିବର୍ତ୍ତନ କରିବା ପାଇଁ ହେଉଥିଲା ଅସୁବିଧା, ଏବେ ହେବ ସମାଧାନ

ଖାସମାଲ ଜମିକୁ ସ୍ଥିତିବାନ ଜମିରେ ପରିଣତ କରିବାରେ ଅସୁବିଧା ହେଉଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଓ କଟକ ର କିଛି ବାସିନ୍ଦା ଅଭିଯୋଗ କରିଥିଲେ।

କଟକ(କେନ୍ୟୁଜ୍): ଖୁବ ଶୀଘ୍ର ସମାଧାନ ହେବ ଦୀର୍ଘ ଦିନ ଧରି ଲାଗିରହିଥିବା ସମସ୍ୟା । ଖାସମାଲ ଜମିର ରେକର୍ଡ କୁ ସ୍ଥିତିବାନ ରେକର୍ଡ ରେ ପରିବର୍ତ୍ତନ କରିବା ପାଇଁ ହେଉଥିଲା ଅସୁବିଧା ।ଏହି ଅସୁବିଧା ର ଏବେ ହେବ ସମାଧାନ । ଏହି ଅସୁବିଧା କୁ ଖୁବଶୀଘ୍ର ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନି । ଖାସମାଲ ଜମିକୁ ସ୍ଥିତିବାନ ଜମିରେ ପରିଣତ କରିବାରେ ଅସୁବିଧା ହେଉଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଓ କଟକ ର କିଛି ବାସିନ୍ଦା ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ଏହି ସମସ୍ୟା ର ସମାଧାନ କରିବା ପାଇଁ କହିଛନ୍ତି ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନି। ୨୦୧୧ ମସିହାରେ ସରକାର ଖାସମାଲ ଜମିକୁ ସ୍ଥିତିବାନ ଜମିରେ ପରିଣତ କରିବା ପାଇଁ ଏକ ନିୟମ କରିଥିଲେ। ଏହି ନିୟମ ରେ ଯେଉଁ ମାନେ ପରିସର ଭୁକ୍ତ ହୋଇଥିବେ ସେମାନଙ୍କ ର ସମସ୍ୟା କୁ ଖୁବ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଡଃ ଚୟନି । ୪ ଡିସମିଲ ପର୍ଯ୍ୟନ୍ତ ଜମି ତହସିଲଦାର ଙ୍କ ସ୍ତର ରେ , ୪ ଡିସମିଲ ରୁ ୧୦ ଡିସମିଲ ପର୍ଯ୍ୟନ୍ତ ଜମି ଉପ ଜିଲ୍ଲାପାଳ ଙ୍କ ସ୍ତରରେ ଓ ୧୦ ଡିସମିଲରୁ ଉର୍ଦ୍ଧ୍ବ ଜମି ଜିଲ୍ଲାପାଳ ଙ୍କ ସ୍ତର ରେ ସମାଧାନ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.