ରାଜ୍ୟରେ ୨୨ ତାରିଖରେ ହେବ ପ୍ରବଳ ବର୍ଷା, ସକ୍ରିୟ ହୋଇଛି ମୌସୁମୀ

୧୯ରୁ ୨୨ ତାରିଖ ଯାଏ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୦ ଓ ୨୧ ତାରିଖରେ ବର୍ଷା ପରିମାଣ ସର୍ବାଧିକ ରହିବ । ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି ।

କେନ୍ୟୁଜ୍(ବ୍ୟୁରୋ):  ବର୍ଷୁଛି, ଆଗକୁ ଆହୁରି ବର୍ଷିବ । ପଛକୁ ପଛ ଘୂର୍ଣ୍ଣିବଳୟ । ଆସନ୍ତା ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ୨୨ ତାରିଖ ପ୍ରବଳ ବର୍ଷା ହେବ । ୧୯ରୁ ୨୨ ତାରିଖ ଯାଏ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୦ ଓ ୨୧ ତାରିଖରେ ବର୍ଷା ପରିମାଣ ସର୍ବାଧିକ ରହିବ । ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି । ଆସନ୍ତାକାଲି ରାଜ୍ୟରେ କମ୍‌ ରହିବ ବର୍ଷା ପ୍ରଭାବ । କେବଳ ପୁରୀ ସମେକ ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୯ ତାରିଖରୁ ପୁଣି ବଢ଼ିବ ।

୨୦ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରବଳ ଓ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୧ରେ ସବୁଠୁ ଅଧିକ ବର୍ଷା ହୋଇପାରେ । କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷିପାରେ । କିଛି ଦିନର ଲଗାଣ ବର୍ଷା ପରେ ରାଜ୍ୟରେ ଭରଣା ହୋଇଛି ନିଅଣ୍ଟିଆ ସ୍ଥିତି । ବର୍ତ୍ତମାନ ସୁଦ୍ଧା ମୌସୁମୀ ଋତୁରେ ସ୍ୱାଭାବିକ ତୁଳନାରେ ୨୦ ପ୍ରତିଶତ କମ୍‌ ବର୍ଷା ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.