Below header

ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, ମେଡ଼ିସିନ ଦୋକାନୀ ଫେରାର

ଇଂଜେକସନ ଦେବା ପରେ ତେବେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ ଉକ୍ତ ଦୋକାନୀ ଗାଡିରେ ପିଲାଟିକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଆଣୁଥିଲେ। ଶିଶୁକୁ ଚିକିତ୍ସାଳୟ ଆଣିଥିବା ବେଳେ ପିଲାଟିର ମୃତ୍ୟୁ ହୋଇଯାଇଛି। ତେବେ ଦୋକାନୀ ଜଣଙ୍କ ମେଡିକାଲରରେ ପିଲାଟିକୁ ଛାଡିବା ପରେ ଫେରାର ହୋଇଯାଇଥିଲେ।

ଯାଜପୁର(କେନ୍ୟୁଜ୍): ଭୁଲ ଇଂଜେକସନ ଦେବା ଦ୍ୱାରା ଶିଶୁର ମୃତ୍ୟୁ ଅଭିଯୋଗ। ଯାଜପୁର ଦଶରଥପୁର ବ୍ଳକ ବିରୁହାଁ ପଂଚାୟତ ମନ୍ଧାରଖଣ୍ତ ଛକରେ ମେଡିସିନ ଦୋକାନର ଭୁଲ ଇଂଜେକସନରେ ୫ବର୍ଷର ଶିଶୁ ପୁତ୍ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଦଶରଥପୁର ଥାନା ମୁଗୁପଦା ଅଂଚଳର ସୁରେନ୍ଦ୍ର ମଲିକଙ୍କ ପୁଅ ଓମ ।

ଶିଶୁର ଝାଡାବାନ୍ତି ହେଉଥିବା ବେଳେ ସେ ପ୍ରଥମେ  ଏକ ସ୍ଥାନୀୟ ମେଡିସିନ ଦୋକାନରେ ପଚାରିବାରୁ ଦୋକାନୀର ବ୍ୟବସାୟୀ ଏକା ସଙ୍ଗେ ଦୁଇଟି ଇଂଜେକସନ ଦେବାକୁ ପରାମର୍ଶ ଦେଇଥିଲେ। ଇଂଜେକସନ ଦେବା ପରେ ତେବେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ ଉକ୍ତ ଦୋକାନୀ ଗାଡିରେ ପିଲାଟିକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଆଣୁଥିଲେ। ଶିଶୁକୁ ଚିକିତ୍ସାଳୟ ଆଣିଥିବା ବେଳେ ପିଲାଟିର ମୃତ୍ୟୁ ହୋଇଯାଇଛି। ତେବେ ଦୋକାନୀ ଜଣଙ୍କ ମେଡିକାଲରରେ ପିଲାଟିକୁ ଛାଡିବା ପରେ ଫେରାର ହୋଇଯାଇଥିଲେ। ମୃତଦେହ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖା ଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.