ରେଳ ଲାଇନ ଉପରେ ରିଲ ନିଶା, ୨ ଜଣଙ୍କୁ ବାନ୍ଧିଲା ଆରପିଏଫ୍

ମାତ୍ର ଛଅରୁ ସାତ ଶହ ମିଟର ଦୂରରୁ ପାରାଦ୍ୱୀପ ପଟରୁ ଆସୁଥିଲା ଏକ ମାଲବାହୀ ଟ୍ରେନ। ଆର.ପି.ଏଫ କର୍ମଚାରୀଙ୍କ ନଜର ପଡିବା ମାତ୍ରେ ପାଟି କରି ବାରଣ କରିଥିଲେ। କିନ୍ତୁ ମାନି ନ ଥିଲେ ଦୁଇ ଅଭିଯୁକ୍ତ। ରେଳବାଇ ଆକ୍ଟ ଅନୁଯାୟୀ ସେକ ସାହିଲ ଓ ସେକ ସୋହେଲଙ୍କୁ ଗିରଫ କଲା ଆରପିଏଫ ପୋଲିସ

କଟକ(କେନ୍ୟୁଜ୍):  ରେଳ ଲାଇନ ଉପରେ ରିଲ ନିଶା। ଦୁଇଟି ଯୁବକଙ୍କୁ ଗିରଫ କଲା କଟକ ଆର. ପି.ଏଫ ଥାନା ପୋଲିସ। ମାତ୍ର ଛଅରୁ ସାତ ଶହ ମିଟର ଦୂରରୁ ପାରାଦ୍ୱୀପ ପଟରୁ ଆସୁଥିଲା ଏକ ମାଲବାହୀ ଟ୍ରେନ। ଆର.ପି.ଏଫ କର୍ମଚାରୀଙ୍କ ନଜର ପଡିବା ମାତ୍ରେ ପାଟି କରି ବାରଣ କରିଥିଲେ। କିନ୍ତୁ ମାନି ନ ଥିଲେ ଦୁଇ ଅଭିଯୁକ୍ତ। ରେଳବାଇ ଆକ୍ଟ ଅନୁଯାୟୀ ସେକ ସାହିଲ ଓ ସେକ ସୋହେଲଙ୍କୁ ଗିରଫ କଲା ଆରପିଏଫ ପୋଲିସ। ଏପରି ଭାବରେ ରିଲ ନ କରିବାକୁ ଆର ପି ଏଫର ଅପିଲ।

ମିଳିଥିବା ସୂଚନା ଆଧାରରେ ଗତ ୭ ତାରିଖ ଅହରାହ୍ନ ୨.୪୫ମିନିଟରେ ଯେତେବେଳେ ଡ୍ୟୁଟି ଅଫିସର୍ ଏବଂ ଷ୍ଟାଫ୍ କଟକ ରେଳ ଷ୍ଟେସନରେ ପାଟ୍ରୋଲିଂ କରୁଥିଲେ ସେତେବେଳେ ଦେଖିଥିଲେ  ଜଣେ ଯୁବକ ରେଳ ଟ୍ରାକରେ ବସିଛନ୍ତି ଏବଂ ଅନ୍ୟ ଜଣେ ଯୁବକ “ରିଲ୍” ଅର୍ଥାତ୍ ସର୍ଟ ଭିଡିଓ ତିଆରି କରୁଛନ୍ତି। ଡ୍ୟୁଟିରେ ଥିବା ଆରପିଏଫ୍ ଏହା ମଧ୍ୟ ଲକ୍ଷ୍ୟ କରିଥିଲେ ଯେ  ଗୋଟିଏ ମାଲଗାଡ଼ି  ମଧ୍ୟ ପାରାଦୀପ ପଟରୁ  ଆସୁଥିଲା ଏବଂ ସେହି ଟ୍ରେନ ଆସିଥିବାର ଜାଣି ଟ୍ରାକର ନିକଟରେ ଛିଡା ହୋଇ “ଭିଡିଓ” ତିଆରି କରୁଥିଲେ । ସେତେବେଳକୁ ଟ୍ରେନର  ଦୂରତା ୬୦୦ରୁ ୭୦୦ ମିଟର ଥିଲା।  ସେମାନଙ୍କର ବେଆଇନ କାର୍ଯ୍ୟ ଦେଖି ଆରପିଏଫ୍ ଟିମ୍ ସେମାନଙ୍କୁ ରେଳ ଟ୍ରାକ୍ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେମାନେ କ୍ରମାଗତ ଭାବରେ ଷ୍ଟଣ୍ଟ୍ କରୁଥିଲେ ଏବଂ “ରିଲ୍” କରୁଥିଲେ। ତା’ପରେ ଆରପିଏଫ କର୍ମଚାରୀ ସେମାନଙ୍କୁ ଅଟକ ରଖିଥିଲେ।

 ପଚାରା ଉଚରା ପରେ ସେମାନେ ନିଜର ପରିଚୟ ଦେଇଥିଲେ  ଜଣେ ହେଉଛନ୍ତି  ସାହିଲ ଓରଫ ସୋନୁ, ବୟସ -୨୨ ବର୍ଷ ଏବଂ ଏସ,କେ ସାହିଲ ବୟସ -୧୯ ବର୍ଷ। ଉଭୟ କଟକ ଟାଉନ ଅଞ୍ଚଳର।  ପଚରାଉଚୁରାରେ ସେମାନେ ନିଜ କାର୍ଯ୍ୟ ପାଇଁ ସେମାନଙ୍କର ଭୁଲ ସ୍ୱୀକାର କରିଥିଲେ। ତେଣୁ ସେମାନଙ୍କୁ ରେଲୱେ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି। ବାରମ୍ବାର ଏହି ଘଟଣା ଘଟୁଥିବାରୁ  ଯାତ୍ରୀ ଏବଂ ଲୋକମାନଙ୍କୁ  ଆରପିଏଫ୍ ଆବେଦନ କରି କହିଛି ଯେ ରେଳ ଟ୍ରାକରେ ଷ୍ଟଣ୍ଟ କରିବାକୁ ଚେଷ୍ଟା କରନ୍ତୁ ନାହିଁ କାରଣ ଏହା ବିପଜ୍ଜନକ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.