ରାଜ୍ୟ

ବାପାର ଶବ ପାଖରେ ବସି ରହିଥିଲା ବାର ବର୍ଷର ଝିଅ, କାନ୍ଧ ଦେଲେ ପୋଲିସ ବାବୁ

ଜଳେଶ୍ଵର (କେନ୍ୟୁଜ) : ଏଇ ଦୁନିଆରେ ମଣିଷ ରାକ୍ଷସ ପାଲଟୁଛି ପୁଣି ଏଇ ଦୁନିଆରେ ଦେବ ରୂପରେ ବି ରହିଛି ମଣିଷ । ଆଜି ବି ସମାଜରେ ବଞ୍ଚି ରହିଛି ମଣିଷ ପଣିଆ। ନିଜର ରକ୍ତ ସମ୍ପର୍କୀୟମାନେ ଦୂରେଇ ଯାଉଥିବା ବେଳେ ମାନବିକତା ଦେଖାଉଛନ୍ତି ଅଚିହ୍ନା ଅଜଣା ଲୋକ । ଯାହା ଆଜିର ଏହି ଘଟଣାରୁ ଆପଣମାନେ ବି ହୃଦୟଙ୍ଗମ କରିବେ । ବାଲେଶ୍ୱର ଜିଲ୍ଲା ଜଳେଶ୍ବରର ଥାନାଧିକାରୀଙ୍କ ମହନୀୟତା କଥା ଜାଣିଲେ ଆପଣଙ୍କର ବି ଧାରଣା ବଦଳିଯିବ ପୋଲିସ ବାବୁଙ୍କ ପ୍ରତି । ସେ ଏପରି ଏକ କାମ କରିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ତାଙ୍କୁ ପ୍ରଶଂସା ନକରି ରହି ପାରିବେନି। ତାହେଲେ ଆସନ୍ତୁ ଜାଣିବା…

ଆଜି ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଳକ ଅନ୍ତର୍ଗତ ପଥରପୁରା ଗାଁ ପଦାସାହିରେ ଶ୍ୟାମ ମୁର୍ମୁଙ୍କ ଦେହାନ୍ତ ହୋଇଯାଇ ଥଲା। ତାଙ୍କ ପରିବାରରେ କେବଳ ଜଣେ ବାର ବର୍ଷର ଝିଅ ବ୍ଯତୀତ ଆଉ କେହି ନାହାନ୍ତି । ତେଣୁ ଶବ ସତ୍କାର ହେବ କେମିତି ? କାହିଁକି କେଜାଣି ସାହି ପଡିଶା ସେ ଘରର ପାଖ ମାଡି ନଥିଲେ। ଛୋଟ ଝିଅଟି ଅସହାୟ ଅବସ୍ଥାରେ ବାପାଙ୍କ ଶବ ପାଖରେ ବସି ରହିଥିଲା । କାରଣ ତା ପାଖରେ କିଛି ବାଟ ହିଁ ନଥିଲା । ଆଉ ଠିକ ଏହି ସମୟରେ ନିଜର ଲୋକ ସାଜି ଶବ ସତ୍କାର ପାଇଁ ଅଣ୍ଟା ଭିଡିଥିଲେ ଜଳେଶ୍ବର ଥାନା ଅଧିକାରୀ ମାନସ କୁମାର ଦେଓ।

ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ହେଲ୍ପ ଫର ୟୁ ଫାଉଣ୍ଡେସନ ଓ ମେ ଆଇ ହେଲ୍ପ ୟୁର ସଦସ୍ଯମାନଙ୍କ ସହିତ ମିଶି ଶବକୁ କାନ୍ଧ ଦେଇ ମଶାଣି ପର୍ଯ୍ଯନ୍ତ ନେଇଥିଲେ ଥାନା ଅଧିକାରୀ ମାନସ ଦେଓ। ନିଜେ ଉପସ୍ଥିତ ରହି ଶବ ସତ୍କାର କରିଥିଲେ। ଆଉ ଏଥିରେ ସବୁ ପ୍ରକାର ସହଯୋଗ କରିଥିଲେ ସ୍ୱେଚ୍ଛାସେବୀମାନେ । ଅବଶ୍ୟ ଥାନା ଅଧିକାରୀଙ୍କ ଉପସ୍ଥିତି ପରେ କିଛି ଗାଁ ଲୋକଙ୍କୁ ବୋଧହୁଏ ବାଧ୍ୟ କରିଥିଲା ଶ୍ମଶାନ ଆସିବାକୁ ।

ଇଏ ତ ଗଲା ମାନବିକତାର କଥା । ବାପାର ଶବ ସଂସ୍କାର ପରେ ଚିନ୍ତା ପଡ଼ିଲା ସମ୍ପୂର୍ଣ୍ଣ ଏକାକୀ ପଡ଼ି ଯାଇଥିବା ଶ୍ୟାମଙ୍କ ୧୨ ବର୍ଷର ଝିଅକୁ ନେଇ । କିଛି ଦିନ ପୂର୍ବରୁ ମା ମରି ଯାଇଥିଲେ । ଏବେ ରୋଗରେ ପଡ଼ି ବାପା ଚାଲିଗଲେ । ତେବେ ଏଇ ମା ବାପା ଛେଉଣ୍ଡ ନାବାଳିକାର ଦାୟିତ୍ୱ ନେବାକୁ ସେହି ସ୍ୱେଚ୍ଛାସେବୀମାନେ ଆଗେଇ ଆସିଛନ୍ତି । ଶ୍ୟାମଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପରେ ତାକୁ କନ୍ୟାଶ୍ରମରେ ରଖି ପାଠ ପଢ଼ାଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ୱେଚ୍ଛାସେବୀମାନେ।

Pritiparna

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

42 seconds ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

32 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

34 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

37 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

44 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

59 mins ago