ପୁରୀ(କେନ୍ୟୁଜ୍):ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣାଯିବ । ଅଧିକ ତଥ୍ୟ ହାସଲ ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । ପୁରୀ ଏସଡିଜେଏମ କୋର୍ଟରେ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ । ପୁରୀ ଏସ୍ପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇଛନ୍ତି। ଜେରା ପରେ ମାମଲାର ଚାର୍ଜସିଟ ପ୍ରସ୍ତୁତ ହେବ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ପୀଡ଼ିତାଙ୍କୁ ଏବେ କାଉନସେଲିଂ କରାଯାଉଛି । ତାଙ୍କ ଇଚ୍ଛା ମୁତାବକ ଖୁ ଶୀଘ୍ର ତାଙ୍କୁ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଏସପି କହିଛନ୍ତି । ଗତ ସୋମବାର ଦିନ ନାବଳିକା ଜଣଙ୍କ ନିମାପଡ଼ାରୁ କୋଣାର୍କ ଯିବାର ଥିଲା । ତାଙ୍କୁ ଲିଫ୍ଟ ଦେବାକୁ କହି ଅଭିଯୁକ୍ତମାନେ ପୁରୀ ଆଣି ପୋଲିସ କ୍ୱାର୍ଟର୍ସରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତା ପୁରୀ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗର ମାତ୍ର କେଇ ଘଣ୍ଟା ଭିତରେ ବହିଷ୍କୃତ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଓ ଅନ୍ୟଜଣେ ସହଯୋଗୀ ରାଜେଶ ସେଠୀଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରାଯାଇଛି ।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…