ରାଜ୍ୟ

ପରକୀୟା ପ୍ରୀତିରୁ ବୀଭତ୍ସ କାଣ୍ଡ: ବାଲେଶ୍ୱରରେ ହତ୍ଯା କଲେ, ଭଦ୍ରକରେ କଟା ମୁଣ୍ଡ ଫୋପାଡ଼ି ଦେଇଗଲେ

ଚାନ୍ଦବାଲି(କେନ୍ୟୁଜ୍): ଗତ ୧୨ ତାରିଖ ଶନିବାର ବାଲେଶ୍ୱର ସଦର ଥାନା ଅଞ୍ଚଳରୁ ଜଣେ ଯୁବକର ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର କରିଥିଲା ପୋଲିସ । ଆଉ ଏହି ଗଳିତ ଶବର କଟା ମୁଣ୍ଡକୁ ଗତକାଲି ବାଲେଶ୍ୱର ପୋଲିସ ଭଦ୍ରକ ଜିଲ୍ଲା ଛତାବର ନିକଟସ୍ଥ ଏକ ଡ୍ରେନରୁ ଜବତ କରିଛି । ତେବେ ଏହା ଏକ ହତ୍ଯା ବୋଲି ତଦନ୍ତରୁ ସ୍ଫଷ୍ଟ ହେବା ପରେ ବାଲେଶ୍ୱର ପୋଲିସ ହତ୍ଯାରେ ସମ୍ପୃକ୍ତ ଥିବା ୨ଜଣ ସ୍ୱାମୀ ଓ ସ୍ତ୍ରୀକୁ ଗିରଫ କରିଛି ।

ଘଟଣା ପ୍ରକାରେ ନୟାଗଡ ଜିଲ୍ଲାର ଯୁବକ ଶ୍ରୀଧର ଦଳ ବେହେରା, ଫକୀର ନାୟକ ଓ ତାଙ୍କ ପତ୍ନୀ ସୁମିତ୍ରା ନାୟକ କିଛି ମାସ ହେଲା ବାଲେଶ୍ୱର ସଦର ଥାନା ଖାନନଗର ଅଂଚଳରେ ରହି ବସୁଧା ପ୍ରକଳ୍ପରେ କାମ କରୁଥିଲେ । ଏହି ସମୟରେ ଶ୍ରୀଧର ଓ ସୁମିତ୍ରାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହି ପ୍ରେମ ସମ୍ପର୍କ ବିଷୟରେ ସୁମିତ୍ରାଙ୍କ ସ୍ୱାମୀ ଜାଣିବା ପରେ ନିଜ ସ୍ତ୍ରୀକୁ ବାଲେଶ୍ୱରରେ ଛାଡି ସ୍ୱାମୀ ଫକୀର ଗାଁକୁ ପଳାଇଯାଇଥିଲା ।

ପାଖାପାଖି ଗୋଟେ ସପ୍ତାହ ଶ୍ରୀଧର ଓ ସୁମିତ୍ରା ସାଙ୍ଗରେ ରହିବା ପରେ କୈାଣସି କାରଣରୁ ଉଭୟଙ୍କ ଭିତରେ ଝଗଡା ହୋଇଥିଲା । ଶ୍ରୀଧର ସୁମିତ୍ରାଙ୍କୁ ମାରଧର କରିଥିଲେ । ତେବେ ସୁମିତ୍ରା ଏହି ରାଗରେ ଶ୍ରୀଧର ଶୋଇଥିବା ବେଳେ ଏକ ଟାଙ୍ଗିଆରେ ଚୋଟ ମାରି ଶରୀରୁ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା । ଏକଥା ନିଜ ସ୍ୱାମୀଙ୍କୁ କହିବା ପରେ ସେହି କଟା ମୁଣ୍ଡକୁ ସ୍ୱାମୀ ଓ ସ୍ତ୍ରୀ ମିଶି ଏକ ଜରି ଅଖାରେ ପୁରାଇ ଘରକୁ ଯିବା ବାଟରେ ଭଦ୍ରକ ଛତାବର ନିକଟରେ ଏକ ଡ୍ରେନରେ ପକାଇ ପଳାଇଥିଲେ । ପୋଲିସ ଘଟଣାର ତଦନ୍ତ କରି କଟା ମୁଣ୍ଡକୁ ଜବତ କରିବା ସହ ଏହି ହତ୍ଯାକାଣ୍ଡର ଦୁଇ ଅଭିଯୁକ୍ତ ଫକୀର ନାୟକ ଓ ତାଙ୍କ ସ୍ତ୍ରୀକୁ ଗିରଫ କରିଛି ।

KNews Bureau

Recent Posts

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

6 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

16 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

8 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

11 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

11 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

11 hours ago