Categories: ରାଜ୍ୟ

ରାଜନୈତିକ ଶତ୍ରୁତାକୁ ନେଇ ଉନ୍ମତ୍ତକାଣ୍ଡ , ପୂର୍ବତନ ସରପଞ୍ଚଙ୍କ ଘରେ ପଶି ଭଙ୍ଗାରୁଜା କଲେ ବର୍ତ୍ତମାନର ସରପଞ୍ଚ

ଚୌଦ୍ୱାର(କେନ୍ୟୁଜ୍) : ଟାଙ୍ଗୀ ଚୌଦ୍ୱାର ବ୍ଳକ୍‌ ଅନ୍ତର୍ଗତ ସଫା ପଞ୍ଚାୟତରେ ରାଜନୈତିକ ଶତ୍ରୁତାକୁ ନେଇ ଉନ୍ମତକାଣ୍ଡ । ପୂର୍ବତନ ସରପଞ୍ଚଙ୍କ ଘରେ ପଶିଲେ ବର୍ତ୍ତମାନର ସରପଞ୍ଚ ଓ ତାଙ୍କ କିଛି ସମର୍ଥକ । ଘରେ ପଶି ଭଙ୍ଗାରୁଜା କରିବା ସହିତ ମହିଳାଙ୍କୁ ଟଣାଓଟରା କରି ମାଡ ମାରିଥିବା ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ନାୟକ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ସରପଞ୍ଚ ପ୍ରମିଳା ଖିଲାର ତାଙ୍କ କିଛି ସମର୍ଥକଙ୍କୁ ନେଇ ସେହି ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ନାୟକଙ୍କ ଘରେ ପଶି ଆସବାବପତ୍ର ଭାଙ୍ଗିବା ସହ ଝିଅ ଓ ଭାଇ ବୋହୂଙ୍କୁ ଟଣା ଓଟରା କରି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ ।

ଆକ୍ରମଣରେ ପୂର୍ବତନ ସରପଞ୍ଚଙ୍କ ସ୍ତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସରପଞ୍ଚଙ୍କ ଘରେ ପୋଲିସ ମୃତୟନ କରିବା ସହ ତଦନ୍ତ ଜାରି ରଖିଛି । ସୂଚନାଅନୁସାରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ବର୍ତ୍ତମାନର ସରପଞ୍ଚ ପ୍ରମିଳାଙ୍କ ସମର୍ଥକଙ୍କ ଭିତରେ ଗାଁର କିଛି ଲୋକଙ୍କ ସହିତ ଠିକାଦାର କାମକୁ ନେଇ ମାରପିଟ ହୋଇଥିଲା ।

KNews Bureau

Recent Posts

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

31 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

1 hour ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

1 hour ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

2 hours ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

2 hours ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

2 hours ago