ରାଜନୈତିକ ଶତ୍ରୁତାକୁ ନେଇ ଉନ୍ମତ୍ତକାଣ୍ଡ , ପୂର୍ବତନ ସରପଞ୍ଚଙ୍କ ଘରେ ପଶି ଭଙ୍ଗାରୁଜା କଲେ ବର୍ତ୍ତମାନର ସରପଞ୍ଚ

ଚୌଦ୍ୱାର(କେନ୍ୟୁଜ୍) : ଟାଙ୍ଗୀ ଚୌଦ୍ୱାର ବ୍ଳକ୍‌ ଅନ୍ତର୍ଗତ ସଫା ପଞ୍ଚାୟତରେ ରାଜନୈତିକ ଶତ୍ରୁତାକୁ ନେଇ ଉନ୍ମତକାଣ୍ଡ । ପୂର୍ବତନ ସରପଞ୍ଚଙ୍କ ଘରେ ପଶିଲେ ବର୍ତ୍ତମାନର ସରପଞ୍ଚ ଓ ତାଙ୍କ କିଛି ସମର୍ଥକ । ଘରେ ପଶି ଭଙ୍ଗାରୁଜା କରିବା ସହିତ ମହିଳାଙ୍କୁ ଟଣାଓଟରା କରି ମାଡ ମାରିଥିବା ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ନାୟକ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ସରପଞ୍ଚ ପ୍ରମିଳା ଖିଲାର ତାଙ୍କ କିଛି ସମର୍ଥକଙ୍କୁ ନେଇ ସେହି ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ନାୟକଙ୍କ ଘରେ ପଶି ଆସବାବପତ୍ର ଭାଙ୍ଗିବା ସହ ଝିଅ ଓ ଭାଇ ବୋହୂଙ୍କୁ ଟଣା ଓଟରା କରି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ ।

b2ଆକ୍ରମଣରେ ପୂର୍ବତନ ସରପଞ୍ଚଙ୍କ ସ୍ତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସରପଞ୍ଚଙ୍କ ଘରେ ପୋଲିସ ମୃତୟନ କରିବା ସହ ତଦନ୍ତ ଜାରି ରଖିଛି । ସୂଚନାଅନୁସାରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ବର୍ତ୍ତମାନର ସରପଞ୍ଚ ପ୍ରମିଳାଙ୍କ ସମର୍ଥକଙ୍କ ଭିତରେ ଗାଁର କିଛି ଲୋକଙ୍କ ସହିତ ଠିକାଦାର କାମକୁ ନେଇ ମାରପିଟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.