TVS ଏହି ତିନିଟି ସ୍କୁଟରରେ ମିଳୁଛି ବମ୍ଫର ରିହାତି, ଏପରି ଉଠାନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ : ଦୁଇ ଚକିଆ ସ୍କୁଟର କମ୍ପାନି TVS ଏହାର କିଛି ଗାଡ଼ିରେ ଉପରେ ଦମଦାର ବର୍ଷ ଶେଷ ରିହାତି ଅଫର ଲାଗୁ କରିଛି। ଏହି ରିହାତି ଅଫରରେ ପେଟିଏମ୍ କ୍ୟାସବ୍ୟାକରୁ ଆରମ୍ଭ କରି ଅତିରିକ୍ତ ଅନେକ ରିହାତି ସାମିଲ ରହିଛି। ଏହାଛଡ଼ା ଫାଇନାନ୍ସ ରେଟରେ ଲୋକ ନିଜର ମନପସନ୍ଦ ସ୍କୁଟର ଘରକୁ ଆଣିପାରିବେ। ତେବେ କମ୍ପାନି ତରଫରୁ ଚାଲିଥିବା ଅଫର କେବଳ ଡ଼ିସେମ୍ବର ୩୧ ପର‌୍ୟ୍ୟନ୍ତ ହିଁ ରହିଛି। ଏଣୁ ଡ଼େରି ନକରି ଶୀଘ୍ର ଏହାର ଲାଭ ଉଠାନ୍ତୁ।

TVS Jupiter

TVS Jupiter

TVSର Jupiter ଭାରତରେ ଏକ ଲୋକପ୍ରିୟ ଗାଡ଼ି ଅଟେ। ଏହି ସ୍କୁଟରକୁ ଭାରତୀୟ ବଜାରରେ ଅକ୍ଟିଭାର ଏକ ବଡ଼ ପ୍ରତିଦ୍ବନ୍ଦୀ ବୋଲି କୁହାଯାଇଥାଏ। ତେବେ TVS Jupiter ର ଆରମ୍ଭ ଏକ୍ସ ଶୋ ରୁମ୍ ମୂଲ୍ୟ ୫୧,୭୮୮ ରୁ ୫୯,୬୪୮ ରହିଥିବା ବେଳେ ଏଥିରେ ଗ୍ରାହକଙ୍କୁ ୭,୪୯୯ଟଙ୍କା ରିହାତି ମିଳୁଛି। ଏହାଛଡ଼ା ପେଟିଏମରେ ଗାଡ଼ି କିଣୁଥିବା ଗ୍ରାହକଙ୍କୁ ଏଥିରେ ୪,୫୫୫ଟଙ୍କାର କ୍ୟାସବ୍ୟାକ୍ ମଧ୍ୟ ମିଳିବ।

TVS NTorq 125(2)

TVS NTorq 125

TVSର NTorq 125 ୧୨୫ ଏକ ଦମଦାର ଲୁକ୍ ଥିବା ସ୍କୁଟର ଅଟେ। ଏହାର ଭାରତରେ ପ୍ରାୟ ୧ଲକ୍ଷ ସ୍କୁଟର ବିକ୍ରି ହୋଇସାରିଲାଣି। ଗ୍ରାହକଙ୍କୁ ଏଥିରେ ୮,୪୦୦ଟଙ୍କାର ରିହାତି ମିଳିଥିବା ବେଳେ ପେଟିଏମରେ ୫,୪୦୦ ପର‌୍ୟ୍ୟନ୍ତ କ୍ୟାସବ୍ୟାକ୍ ମିଳିବ। ଏହି ସ୍କୁଟରରେ ବ୍ଳୁଟୁଥ ଇନବେଲ ଇନଷ୍ଟୁମେଣ୍ଟ ଦିଆଯାଉଛି। ତେବେ ଏବେ ସ୍କୁଟରର ଦିଲ୍ଲୀ ଏକ୍ସ ଶୋ ରୁମ୍ ମୂଲ୍ୟ ୫୯,୭୧୨ ଟଙ୍କା ରହିଛି।

2018 TVS Wego(1)

TVS Wego

TVS କମ୍ପାନିର Wegoକୁ ନିକଟରେ ହିଁ ଅପଡ଼େଟ କରାଯାଇଛି। ଏହାକୁ ଆପଣ ମାତ୍ର ୭,୩୦୦ଟଙ୍କାର ଡ଼ାଉନପେମେଣ୍ଟରେ ନିଜର କରିପାରିବେ। ତେତେ ଫାଇନାନ୍ସରେ ଏହାକୁ କିଣିବା ସମୟରେ ଏଥିରେ ଆପଣ ୪,୫୫୫ ଟଙ୍କାର ରିହାତି ପାଇପାରିବେ। ଏଥିସହ ସ୍କୁଟରର ଏକ୍ସ ଶୋରୁମ୍ ମୁଲ୍ୟ ୫୪,୧୨୭ ଟଙ୍କା ରହିଛି। ଏହାକୁ କମ୍ପାନି ରେଡ଼, ବ୍ଳୁ, ଗ୍ରେ ଏବଂ ବ୍ଲାକ୍ ରଙ୍ଗରେ ଲଞ୍ଚ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.