Below header

୨୦୧୯ ନିର୍ବାଚନ ପାଇଁ ରଣନୀତି : ଉତ୍ତର ପ୍ରଦେଶରେ ମହାମେଣ୍ଟର , ଚୂଡାନ୍ତ ହେଲା ଆସନ ବୁଝାମଣା

ଉତ୍ତରପ୍ରଦେଶ(କେନ୍ୟୁଜ୍) : ୨୦୧୯ ସାଧାରଣ ନିର୍ବାଚନ ପାଇଁ ରଣନୀତି । ଉତ୍ତରପ୍ରଦେଶରେ ବିରୋଧୀ ମେଣ୍ଟର ଆସନ ବୁଝାମଣା ପ୍ରାୟ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ସିଟ୍‌ ସେୟାର ଫର୍ମୂଲା ପ୍ରସ୍ତୁତ କରିଛନ୍ତି ଅଖିଳେଶ ଯାଦବ ଓ ମାୟାବତୀ । ଚର୍ଚ୍ଚା ହେଉଛି, ଉତ୍ତର ପ୍ରଦେଶର ମୋଟ୍‌ ୮୦ ଲୋକସଭା ଆସନରୁ ମାୟାବତୀଙ୍କ ବିଏସ୍‌ପି ୩୮ ସିଟ୍‌ରେ ଲଢିବ । ସେହିପରି ଅଖିଳେଶଙ୍କ ସମାଜବାଦୀ ପାର୍ଟି ୩୭, ଅଜିତ ସିଂହଙ୍କ ରାଷ୍ଟ୍ରୀୟ ଲୋକ ଦଳ ବା ଆରଏଲ୍‌ଡିକୁ ମିଳିପାରେ ୩ଟି ସିଟ୍‌ । କଂଗ୍ରେସକୁ ୨ଟି ସିଟ୍‌ ଆମେଥି ଓ ରାଇବରେଲୀ ଛାଡ଼ି ଦେଇଥିବା କୁହାଯାଉଛି । ଆମେଥିରୁ ରାହୁଲ ଗାନ୍ଧି ଓ ରାଇ ବରେଲୀକୁ ସୋନିଆ ଗାନ୍ଧି ଲୋକସଭା ନିର୍ବାଚନ ଲଢି ଆସୁଛନ୍ତି । ମାୟାବତୀ ଓ ଅଖିଳେଶଙ୍କ ଏହି ଆସନ ବୁଝାମଣା ନେଇ କଂଗ୍ରେସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

mayaakhilesh_730x419୨୦୧୪ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶରେ ବିରୋଧୀ ବିପୁଳ ପରାଜୟର ସାମନା କରିଥିଲେ । ୨୦୧୪ ସାଧାରଣ ନିର୍ବାଚନ ପ୍ରଦର୍ଶନ ଆଧାରରେ ଆସନ ବୁଝାମଣା ପ୍ରସ୍ତୁତ କରିଛନ୍ତି ଏସ୍‌ପି-ବିଏସ୍‌ପି । ୨୦୧୪ରେ ୮୦ ଲୋକସଭା ଆସନରୁ ଏକାକୀ ବିଜେପି ମେଣ୍ଟ ୭୩ଟି ଆସନ ପୋଛି ନେଇଥିଲା । ନିକଟରେ ୩ଟି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ବିଜେପି ବିରୋଧୀ ଦଳ ଏକାଠି ହୋଇଥିଲେ । ତେବେ ଉତ୍ସବରେ ସାମିଲ ହୋଇ ନଥିଲେ ମାୟାବାତୀ ଓ ଅଖିଳେଶ ଯାଦବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.